Odian News
28

ଏୟାରପୋର୍ଟ ପାଇଁ ନୂଆ ଗାଇଡ୍‌ ଲାଇନ୍‌ ଜାରି

ଭୁବନେଶ୍ବର,୧୫।୦୧: ଏୟାରପୋର୍ଟ ପାଇଁ ନୂଆ ଗାଇଡ୍‌ ଲାଇନ୍‌ ଜାରି | ବଦଳି ବିମାନବନ୍ଦର ଗାଇଡ଼ଲାଇନ୍। ବିଏମ୍‌ସି ପକ୍ଷରୁ ଏୟାରପୋର୍ଟ ପାଇଁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ଏଣିକ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ୭୨ ଘଣ୍ଟାର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଆବଶ୍ୟକସ୍ଥଳେ ଆଣ୍ଟିଜେନ୍ ଟେଷ୍ଟିଂ ମଧ୍ୟ କରାଯିବାକୁ ନିର୍ଦ୍ଧେଶ ଦିଆଯାଇଛି।ସେହିପରି ଲକ୍ଷଣ ଥିବା ରୋଗୀଙ୍କୁ ୭ ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌କୁ ବାଧ୍ୟତାମୂଳକ କରାଯାଇଛି । ଏହା ସହ ବିଏମ୍‌ସି ପକ୍ଷରୁ ଏୟାରପୋର୍ଟରେ କୋଭିଡ ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି । ସେହିପରି ଏୟାରପୋର୍ଟର ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଯାଇ ଲୋକଙ୍କୁ ସଚେତନ କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!