Odian News
26

ନନ୍ଦନକାନନ ପଛପଟ ପାଚେରୀ ଭାଙ୍ଗି ପରିସର ଭିତରକୁ ପସି ଆସିଲେ ହାତୀ

ବାରଙ୍ଗ ୧୫/୦୧: ନନ୍ଦନକାନନରେ ଜଙ୍ଗଲୀ ହାତୀ ଆତଙ୍କ । ଗତ ବୁଧବାର ରାତିରୁ ଚନ୍ଦକା ଅଂଚଳର ଦୁଇଟି ଜଙ୍ଗଲୀ ହାତୀ, ନନ୍ଦନକାନନ ପଛପଟ ପାଚେରୀ ଭାଙ୍ଗି ପରିସର ଭିତରକୁ ପସି ଆସି ନନ୍ଦନକାନନ ରୁ ବାହାରୁ ନାହାନ୍ତି । କର୍ତ୍ତୃପକ୍ଷ ବାଣ ଫୁଟାଇ, ବାଜା ବଜାଇ , ନିଆଁ ହୁଳା ଦେଖାଇଲେ ମଧ୍ୟ ହାତୀମାନେ ଏହାକୁ ଖାତିର କରୁନାହାନ୍ତି । ରାତି ହେଲେ ପରିସର ବାହାରକୁ ଯାଇ ପୁଣି ସକାଳ ବେଳେ ଫେରି ଆସି ନନ୍ଦନକାନନ ଭିତରରେ ଆସି ରହୁଛନ୍ତି । ଜଙ୍ଗଲୀ ହାତି ମାନେ ନନ୍ଦନକାନନ ପରିସର ମଧ୍ୟରେ ଥିବା ବାଘ ସଫାରୀ ,ସିଂହ ସଫାରୀ,ହାତି ଶାଳା କୁ ଲାଗି ରହିଥିବା ପାଚେରି ପାଖ ରେ ବୁଲାବୁଲି କରି ହମିରା ଟାଙ୍କି ଠାରେ ରହୁଛନ୍ତି । ଗତ କାଲି ରାତି ରେ ଦୁଇ ବଣୁଆ ହାତି ମାନେ ନନ୍ଦନକାନନ ପଛ ପଟେ ଥିବା ଏକ ଢାବା ନିକଟକୁ ଯାଇଥିଲେ । ସକାଳ ହେବା ପରେ ସେଠାରୁ ଫେରି ଆସି ଏବେ ନନ୍ଦନକାନନ ପରିସର ଭିତରେ ରହିଛନ୍ତି । ହାତୀ ଘୌଡାଇବା ପାଇଁ ବନ କର୍ମଚାରୀ ବାଣ ଫୁଟାଇବା ସହିତ ନିଆଁ ହୁଳା ଦେଖାଉ ଥିୁଲେ ମଧ୍ୟ ବଣୁଆ ହାତୀମାନେ ଏହାକୁ ଖାତିର ନକରି ପରିସର ଭିତରେ ପ୍ରବେଶ କରିଛନ୍ତି । ଗତ ୩ ଦିନ ହେଲା ହାତି ଏହି ସ୍ଥାନରୁ ଅନ୍ୟତ୍ର ନ ଯିବାରୁ ଏଠାରେ ଥିବା ଖୁଆଡ ଗୁଡିକ ଭଙ୍ଗା ରୁଜା କରିବା ନେଇ ଆଶଙ୍କା ରହିଛି । ଏବେ ବଣୁଆ ହାତୀଙ୍କୁ ଟ୍ରାଙ୍କୁଲାଇଜ୍ କରିବା ସମ୍ଭବ ନୁହେଁ ତେଣୁ ହାତୀମାନଙ୍କୁ ଜଗି ରହିବା ଏକ ମାତ୍ର ଉପାୟ ବୋଲି କର୍ତ୍ତୃପକ୍ଷ ସୁଚନା ଦେଇଛନ୍ତି । ଅନ୍ୟପଟେ ନନ୍ଦନକାନନକୁ ବାରମ୍ବାର ବଣୁଆ ହାତୀମାନେ ପସି ଆସି ଉତ୍ପାତ କରୁଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର ହୋଇ ପାରୁନା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!