ପାକ୍‌ର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍ କରି ବଧାଇ ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୨/୪: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଶାହବାଜ ସରିଫ । ତେବେ ପାକ୍‌ର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ଙ୍କୁ ଟୁଇଟ୍ କରି ବଧାଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦ ପ୍ରସଙ୍ଗ ଉଠାଇ ମୋଦି ଟୁଇଟ୍ କରିଛନ୍ତି, ଭାରତ ଶାନ୍ତି ଚାହେଁ ଯେଉଁଠି ଆତଙ୍କର କୌଣସି ସ୍ଥାନ ନାହିଁ । ଏହାଦ୍ବାରା ବିକାଶର ଚାଲେଞ୍ଜ ଉପରେ ଫୋକସ୍ କରିପାରିବା ଏବଂ ନିଜ ନିଜ ଦେଶର ନାଗରିକଙ୍କ ମଙ୍ଗଳ ହେବ ।ସୂଚନାଯୋଗ୍ୟ, ଶାହବାଜ ସରିଫ ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଆରିଫ ଆଲଭୀଙ୍କ ବଦଳରେ ସିନେଟ୍ ଚେୟାରମ୍ୟାନ୍ ସାଦିକ ସଞ୍ଜରାନୀ ଶପଥ ପାଠ କରାଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: