ନୂଆଦିଲ୍ଲୀ,୧୪/୦୮: ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ପଞ୍ଜାବ ଏବଂ ଦିଲ୍ଲୀ ପୋଲିସର ମିଳିତ କମ୍ବିଂରେ  ୪ ଜଣ   ଆତଙ୍କବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି । ତେବେ ଏମାନେ ସ୍ୱାଧୀନତା ଦିବସ ପୂର୍ବରୁ ଏକ ବିଶାଳ ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ଏହାର ପର୍ଦ୍ଦାଫାଶ କରିଛି ପୋଲିସ । ପାକିସ୍ତାନର ଆତଙ୍କୀ ସଂସ୍ଥା ଆଇଏସଆଇଏସ ସହିତ ଏହି ଆତଙ୍କବାଦୀମାନଙ୍କର ସମ୍ପର୍କ ଥିବା ନେଇ ମଧ୍ୟ ଅନୁମାନ କରାଯାଉଛି । ପୋଲିସ କାନାଡାର ଅର୍ଶ ଡଲ୍ଲା ଏବଂ ଅଷ୍ଟ୍ରେଲିଆର ଗୁରଞ୍ଜତ ସିଂ ସହ ଜଡିତ ଚାରି ଆତଙ୍କୀଙ୍କୁ ଗିରଫ କରିଛି । ପଞ୍ଜାବ ପୋଲିସ ଡିଜି କହିଛନ୍ତି, ପଞ୍ଜାବ ପୋଲିସ ଏହି ଆତଙ୍କୀଙ୍କ ଠାରୁ ତିନୋଟି ହ୍ୟାଣ୍ଡ ଗ୍ରେନେଡ, ଗୋଟିଏ ଆଇଇଡି, ଦୁଇଟି ୯ ଏମଏମ ପିସ୍ତଲ ଏବଂ ୪୦ ଜୀବନ୍ତ ଗୁଳି ଜବତ କରିଛି । ଏହି ଆତଙ୍କବାଦୀମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ । ଏହା ମଧ୍ୟରେ ୯ଏମଏମ ପିସ୍ତଲ, ୩ଟି ହ୍ୟାଣ୍ଡ ଗ୍ରେନେଡ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏଥିସହ ସେମାନଙ୍କୁ ଗିରଫ କରି ପଚରାଉଚରା କରାଯାଉଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଖୁଲାସା ହୋଇଛି । ପାକିସ୍ତାନର ଏଜେନ୍ସି ଆଇଏସଆଇ ସମେତ କାନାଡା ଏବଂ ଅଷ୍ଟ୍ରେଲିଆରେ ଥିବା ଆତଙ୍କୀ ସଂଗଠନର ସଦସ୍ୟମାନଙ୍କ ସହିତ ମଧ୍ୟ ଏମାନଙ୍କର ଲିଙ୍କ ଥିବା କୁହାଯାଇଛି । ପୂର୍ବ କଏଦୀମାନଙ୍କ ସୂଚନା ଆଧାରରେ ଏମାନଙ୍କୁ ଗିରଫ କରିଛି ପୋଲିସ । ଏହି ୪ ଆତଙ୍କୀ ପଞ୍ଜାବରେ କିଛି ଏକ ବଡ ଅଘଟଣ ଘଟାଇବାର ଯୋଜନା କରୁଥିବା ନେଇ ସୂଚନା ଦେଇଥିଲେ ପୁରୁଣା କଏଦୀ । ତେବେ ଅଗଷ୍ଟ ୧୫କୁ ନଜରରେ ରଖି ଦେଶର ବିଭିନ୍ନ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । ସେପଟେ ଗତ ସପ୍ତାହରୁ ରାଜ୍ୟରେ କୌଣସି ଅଘଟଣ ନ ଘଟୁ ସେଥିପାଇଁ ସର୍ଚ୍ଚ ଅପରେସନ ଜାରି କରିଛି ପଞ୍ଜାବ ପୋଲିସ । ତେବେ ପାକିସ୍ତାନ ବର୍ଡରକୁ ଲାଗି ରହିଥିବା ଜିଲ୍ଲା ଗୁରୁଦାସପୁର, ବଟାଲା ଏବଂ ପଠାନକୋଟ ଇତ୍ୟାଦିକୁ ଆଲର୍ଟ ରେ ରଖାଯାଇଛି । ଏହି ଅପରେସନରେ ପଞ୍ଜାବ ପୋଲିସ ଏବଂ ଦିଲ୍ଲୀର ପୋଲିସ ମିଳିତ ଭାବେ ସାମିଲ ହୋଇଥିଲା । ସ୍ୱାଧୀନତା ଦିବସ ପୂର୍ବରୁ ପଞ୍ଜାବରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: