233

କାର ଡ଼ିକିରୁ ଖସିପଡ଼ିଲେ ହାତଗୋଡ଼ ବନ୍ଧା ଓଲା ଡ୍ରାଇଭର, କାର ଲୁଟ ପାଇଁ ହୋଇଥିଲା ଯୋଜନା, ଧରିଲେ ଲୋକେ

ପଟ୍ଟାମୁଣ୍ଡାଇ,୨୩/୯,କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଜାର ଭିତରେ ଯାନ ବାହନ ଗହଳି ଥିବା ଯୋଗୁଁ ଏକ ମାରୁତି ଡିଜେଆର କାରଡିକିରୁ ଖସି ପଡିଥିଲେ ବନ୍ଧାହୋଇଥିବା କାର ଚାଳକ ବିଜୟ ନାୟକ। ଏହି ଘଟଣା ଦେଖି ଲୋକେ ହୋହାଲ୍ଲା କରି ଖସିପଡିଥିବା ବ୍ୟକ୍ତି ଙ୍କୁ ଘେରି ଯାଇଥିଲେ। ହୋହାଲ୍ଲା ଶୁଣି ନିକଟରେ ଥିବା ପଟ୍ଟାମୁଣ୍ଡାଇ ପୋଲିସ ସେଠାରେ ପହଁଞ୍ଚି ଯାଇଥିଲେ। ପୋଲିସ କୁ ଦେଖି କାର ବସିଥିବା ଚାରିଜଣ ଲୁଟେରା କେନାଲ ପୋଲ ଆଡକୁ ଦୌଡ଼ି ପଳାଇ ଥିଲେ।ପୋଲିସ ପିଛାକରି ବହୁତ ଛକାପଞ୍ଜା ଭିତରେ ଗୋଡାଇ ଗୋଡାଇ ତିନି ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ।ମାତ୍ର ଘଟଣାର ମୁଖ୍ୟ ନାୟକ ଜନଗହଳି ମଧ୍ୟରେ କେଉଁଆଡେ ଫେରାର ହୋଇଯାଇଛି। ଏହି ଘଟଣା ବୁଧବାର ପୂର୍ବାହ୍ନ ସାଢେ ୧୧ ଟା ରେ ଘଟିଥିବା ବେଳେ ସମଗ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚହଳ ଶୁଷ୍ଟି କରିଛି।  ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନସ୍ଥ ଓଲା ଷ୍ଟାଣ୍ଡରେ ପହଞ୍ଚି ଚାଳକ ବିଜୟଙ୍କ ପାଖରେ ପହଞ୍ଚି କେନ୍ଦ୍ରାପଡା ଯିବାକୁ କେତେ ଭଡା ପଡିବ ବୋଲି ବୁଝି ଥିଲେ। ତେବେ ୩ହଜାର ଟଙ୍କାରେ ଭଡା ଫାଇନାଲ କରି କେନ୍ଦ୍ରାପଡା ଆସିଥିଲେ। ମାତ୍ର କେନ୍ଦ୍ରାପଡା ପୂର୍ବରୁ ଏକ ନିଛାଟିଆ ସ୍ଥାନରେ ଚାଳକ ମୁଣ୍ଡରେ ବନ୍ଧୁକ ଲଗାଇ ସିଟରୁ ଓହ୍ଲାଇ ଦେଇଥିଲେ।ତାଙ୍କ ହାତ ଗୋଡ ବାନ୍ଧି ଓଲା କାର ନମ୍ବର od 33 x 1068 ପଛଡିକିରେ ନିଶା ଇଞ୍ଜେସନ ଦେଇ କାର ପଛ ଡିକିରେ ପକାଇ ଦେଇଥିଲେ। ଲୁଟେରାଙ୍କ ଭିତରୁ ଜଣେ କାର ଚଳାଇ ବିଭିନ୍ନ ସ୍ଥାନରେ ଘୁରି ବୁଲୁଥିଲେ।ମାତ୍ର ପଟ୍ଟାମୁଣ୍ଡାଇ ବଜାର ଭିତରେ ଲକ୍ଷହିନ ଭାବରେ ଯାଉଥିବା ବେଳେ ଜନଗହଳି ଯୋଗୁଁ ଏକ ଅଟୋରେ ଧକ୍କା ଦେଇଥିଲେ। ଏହି ଘଟଣା ଥାନା ନିକଟରେ ଘଟି ଥିବାରୁ ଜନଗହଳି ହୋଇ ପଡିବାରୁ ହୋହାଲ୍ଲା ଶୁଷ୍ଟି ହୋଇଥିଲା। ଲୁଟେରା ମାନେ ଡିକିରୁ ଖସିପଡିଥିବା ଚାଳକ ବିଜୟ ଙ୍କୁ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ଦେଇଥିଲେ।ତତକ୍ଷଣାତ ପୋଲିସ ପହଁଞ୍ଚି ଯିବାରୁ ଲୁଟେରା ମାନେ ଜନଗହଳି ଭିତରେ ଦୌଡ଼ି ପଳାଇ ଯାଇଥିଲେ। ପିଛାକରି ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ, ଏସଆଇ ବିଲମଙ୍ଗଳ ସେଠି,ବିଜୟ ଦାସ,ଙ୍କ ସମେତ କନେଷ୍ଟବଳ ପୋଲିସ ଫୋର୍ସ ତନୁପୂର ବାଲିପାଟଣା ଲୋକଙ୍କ ସହାୟତାରେ ବେଣା ଓ କାଶତଣ୍ଡି ବଣ ଭିତରୁ ଜଣଙ୍କ ପରେ ଜଣେ ୩ଜଣ ଲୁଟେରାଙ୍କୁ ଗିରଫ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!