66

ପଚାସଢା ପନିପରିବାରୁ ଜୈବିକ ଖତ ପ୍ରସ୍ତୁତ, ରାୟଗଡ ପୈାର ପରିଷଦର ଅଭିନବ ପ୍ରୟାସ

ରାୟଗଡ଼ା, ୨୪/୦୯: ଫଳ ଓ ପନିପରିବା ବଜାରରେ ପୋଫାଡି ଦିଆଯାଉଥିବା ପଚାସଢା ଫଳ ପନିପରିବା ହେଉ ଅଥବା ଅଦରକାରୀ ଭାବି ଘରେ ଫୋପାଡି ଦିଆଯାଉଥିବା ପନିପରିବା ଚୋପା, ଅଣ୍ଡା ଚୋପା, ଭାତ, ଡାଲି ଇତ୍ୟାଦି ଓଦା ବଜ୍ୟବସ୍ତୁ ସଂଗ୍ରହ କରି ଜୈବିକ ପ୍ରକ୍ରିୟାକରଣ ମାଧ୍ୟମରେ ରାୟଗଡ ପୈାର ପରିଷଦ ତରଫରୁ ପ୍ରସ୍ତୁତ କରାଯାଉଛି ଜୈବିକ ଖତ । ଫଳରେ ଏହା ଉଦ୍ୟାନ କୃଷି ଠାରୁ ଆରମ୍ଭ କରି ଶସ୍ୟ ଫସଲ ପର୍ଯ୍ୟନ୍ତ ଏହି ଖତ ଚାଷୀଭାଇ ତଥା ଉଦ୍ୟାନ କୃଷି ପ୍ରେମୀଙ୍କୁ ବେଶ ସହାୟକ ହୋଇପାରିବ ।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ପୈାର ପରିଷଦ ରାୟଗଡ ତରଫରୁ ସହରର ୱାର୍ଡ ନମ୍ବର ୨୦ସ୍ଥିତ ସାଇପ୍ରିୟା ନଗର ଓ ୱାର୍ଡ ନମ୍ବର ୧୮ସ୍ଥିତ ଅଂଟାରିଗୁଡା ଠାରେ ୮୦ଲକ୍ଷ ଟଙ୍କା ଲେଖାଁଏ ମୋଟ ୧କୋଟି ୬୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି ଦୁଇଟି (ଏମସିସି- ମାଇକ୍ରୋ କମ୍ପୋଷ୍ଟିଙ୍ଗ୍ ସେଣ୍ଟର) ଅଣୁ ଜୈବିକସାର ପ୍ରକ୍ରିୟାକରଣ କେନ୍ଦ୍ର। ସାଇପ୍ରିୟା ନଗରସ୍ଥିତ କେନ୍ଦ୍ରଟି କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅଂଟାରିଗୁଡା କେନ୍ଦ୍ରଟି ମଧ୍ୟ ଅତିଶୀଘ୍ର ଆରମ୍ଭ ହେବ ବୋଲି ରାୟଗଡ ପୈାର ପରିଷଦର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ପ୍ରକାଶ କରିଛନ୍ତି । ଶ୍ରୀ ଶତପଥିଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଅଣୁ ଜୈବିକସାର ପ୍ରକ୍ରିୟାକରଣ କେନ୍ଦ୍ରରେ ସେଡ୍ଡର ଓ ସ୍କ୍ରିନିଙ୍ଗ ୨ଟି ମେସିନ ସହ ୧୪ଟି ଟିଡିପି ଟ୍ୟାଙ୍କ ଦ୍ୱାରା କାର୍ଯ୍ୟକ୍ଷମ କରାଯାଉଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ମେସିନଗୁଡିକୁ ଜିଇଏମ ପୋର୍ଟାଲରୁ ଯୋଗାଡ କରାଯାଇଛି । ଏହି କେନ୍ଦ୍ରରେ ଥିବା ୧୪ଟି ଟ୍ୟାଙ୍କ ମଧ୍ୟରେ ପ୍ରତ୍ୟେକ ଟ୍ୟାଙ୍କର କ୍ଷମତା ୫ ଟିବିଡି ରହିଛି । ରାୟଗଡ ପୈାର ପରିଷଦ ଅଧିନରେ ଥିବା ସହରର ପନିପରିବା ବଜାରରୁ ଏବଂ୨୪ଟି ୱାର୍ଡର ସାହିଗଳିରେ ରହୁଥିବା ଲୋକଙ୍କ ଘରୁ ଘରୁ ଶୁଖିଲା ଓ ଓଦା ବଜ୍ୟବସ୍ତୁକୁ ଦୁଇଟି ଭାଗରେ ବିଭକ୍ତ କରି ଅଳିଆ ଆର୍ବଜନା ନେଇ ଯାଉଥିବା ଗାଡିରେ ସଂଗ୍ରହ କରାଯାଇଥାଏ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!