ଜମି ବଦଳରେ ଚାକିରି ଦେବା ମାମଲା: କୋର୍ଟରେ ହାଜର ହେଲେ ଲାଲୁ ଯାଦବ, ରାବ୍‌ଡ଼ୀ ଦେବୀ ଓ ମିସା ଭାରତୀ

ନୂଆଦିଲ୍ଲୀ,୧୫।୩: ଜମି ବଦଳରେ ଚାକିରି ଦେବା ମାମଲାରେ  ସମ୍ପୃକ୍ତ ଥିବା ଅଭିଯୋଗରେ ଆଜି ‘ଆର୍‌ଜେଡି’ ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବ, ତାଙ୍କ ପତ୍ନୀ ରାବ୍‌ଡୀ ଦେବୀ, ଝିଅ ମିସା ଓ ଆଉ ୧୪ଜଣ ଆଜି ସକାଳେ ରାଉଜ୍‌ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି। ସେ ପ୍ରତ୍ୟକ୍ଷ ଭାବେ ଅଦାଲତ ପ୍ରକୋଷ୍ଠକୁ ଯିବେ କି, ନାହିଁ ଖୁବ୍‌ ଶୀଘ୍ର ଡାକ୍ତରମାନେ କହିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଅଦାଲତ ପ୍ରକୋଷ୍ଠକୁ ଯିବା ଲାଗି ଡାକ୍ତର ଯଦି ବାରଣ କରନ୍ତି ତେବେ, ଯାଦବଙ୍କ ଓକିଲମାନେ ‘ଏଜେମ୍ପ୍‌ସନ୍‌’ ଆଗତ କରି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ରେ ହାଜର ହେବା ପାଇଁ ଆବେଦନ କରିବେ।ତେବେ ଏହି ମାମଲାରେ ବୁଧବାର ଲାଲୁଙ୍କ ସମେତ ତାଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ତାଙ୍କ ଝିଅ ତଥା ଆରଜେଡି ଏମ୍‌ପି ମିସା ଭାରତୀ ବୁଧବାର ଦିଲ୍ଲୀର ରୌଜ୍‌ ଏଭିନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ରେଳ ମନ୍ତ୍ରୀ ଥିବାବେଳେ ରେଳ ବିଭାଗରେ ଚାକିରି ପାଇବା ପାଇଁ ଲୋକ ସେମାନଙ୍କ ଜମିକୁ ଲାଲୁ ଯାଦବଙ୍କ ପରିବାର ସଦସ୍ୟଙ୍କ ନାମରେ କରିଦେଉଥିବା ଅଭିଯୋଗ ହୋଇଥିଲା। ଗତ ବର୍ଷ ମେ ୧୮ରେ ସିବିଆଇ ଲାଲୁ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।ଅଭିଯୁକ୍ତମାନଙ୍କ ସମନ୍‌ ଜାରି କରି ମାର୍ଚ ୧୫ ତାରିଖ ଦିନ ଅଦାଲତରେ ହାଜର ହେବା ଲାଗି ଫେବ୍ରୁଆରି ୨୭ ତାରିଖ ଦିନ ‘ସ୍ପେସାଲ୍‌ ଜଜ୍‌ ଗୀତାଞ୍ଜଳି ଗୋଏଲ୍‌ ନିର୍ଦେଶ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: