44

୯ ଇଞ୍ଚର ଦୁର୍ଗାମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାରେ ବାଲୁକା ଶିଳ୍ପୀ ସତ୍ୟ ମହାରଣା

ବ୍ରହ୍ମପୁର,୨୭/୯(ମନୋଜ କୁମାର ପାତ୍ର):ନିଜର କଳା ମାଧ୍ୟମରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶିଳ୍ପୀ ମହାରଣା ନୂତନ ଭାବେ କିଛି କରି ଦେଖାଇବା ପାଇଁ ସର୍ବଦା ଚେଷ୍ଟା ଜାରି ରଖିଥାନ୍ତି ।ଏହା ପରିପେକ୍ଷୀରେ ଦଶଭୁଜା ମା ଦୁର୍ଗାଙ୍କ ୯ ଇଞ୍ଚର ମୂର୍ତ୍ତି ନିର୍ମାଣ କରି ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ରହିଛନ୍ତି ।ଦେବୀ ଦୁର୍ଗା ବାହନ ସିଂହ ଉପରେ ବସି ମହିଷାସୁର ଉପରେ ଝାମ୍ପ ପକାଇବା ଦୃଶ୍ୟ ବେଶ ଆକର୍ଷଣୀୟ ରହିଛି ।କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ବିଭିନ୍ନ କଟକଣା ଜାରି କରିଛନ୍ତି ।ଏହାକୁ ଦୃଷ୍ଟିରେ ରଖି ଶିଳ୍ପୀ ମହାରଣା ୯ ଇଞ୍ଚର କ୍ଷୁଦ୍ରତମ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି ।ବିଭିନ୍ନ ସମୟରେ ନୂତନ କଳାକୃତି ନିର୍ମାଣ କରି ଦେଶ ବିଦେଶରେ ବହୁ ରେକର୍ଡ ଅଧିକାରୀ ଶିଳ୍ପୀ ମହାରଣା ସାଜିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!