79

ପର୍ଯ୍ୟଟନର ଅପରୂପ ସୌନ୍ଦର୍ଯ୍ୟ କାଲିମେଳା ଡକରାଇଯୋଡି ଝରଣା

ମାଲକାନଗିରି/କାଲିମେଳା,୨୭/୦୯ ( ଶ୍ରୀନିବାସ ପଣ୍ଡା/ ଭିକି ବାରିକ):  ପ୍ରତିବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ କରାଯାଉଛି ସତ କିନ୍ତୁ ଏବେ ମଧ୍ୟ କିଛି ପର୍ଯ୍ୟଟନ ସ୍ଥଳୀ ରହିଛି ଯେଉଁଠାରେ ଅବହଳିତର ରୂପ ରେଖା ଦେଖିବାକୁ ମିଳିଛି । ଏଠାରେ ସରକାରଙ୍କର କିଛି ଅନୁଦାନ ଆସୁଛି ସତ କିନ୍ତୁ ତାହା ସମ୍ପୂର୍ଣ ରୂପେ କାର୍ଯ୍ୟ  ହୋଇପାରୁନାହିଁ । ଦିନ ଥିଲା ମାଓ ଗଡ଼ ରୂପରେ ପରିଗଣିତ ହଉଥିଲା ଓ ଏହାରି ଭିତରେ ଲୁଚି ରହୁଥିଲା ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟ ତାହାରି ମଧ୍ୟ୍ୟରେ ନିଜର ପରିଚୟ ସୃଷ୍ଟି କରିଛି ଏମିତି ଏକ ଜଳପ୍ରପାତ ଯାହାକୁ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ୍ୟ ପର୍ଯ୍ୟଟକଙ୍କ ଶୁଅ ଛୁଟୁଛି । ମନଲୋଭା ପରିବେଶ ସାଙ୍ଗକୁ ସବୁଜ ବନାନୀ । ଆଉ ତାରି ଭିତରେ ଝରଣାର କୁଳୁ କୁଳୁ ନାଦ । କୋଳାହଳ ଠାରୁ ବହୁ ଦୂର । ବାସ୍ତବରେ ଯେତିକି ରୋମାଞ୍ଚକର ସେତିକି ମନ ମୁଗ୍ଧକର । କିଛି ବର୍ଷ ତଳେ ନିଜ ଭିତରେ ନିଜର ଅସ୍ତିତ୍ୱ ହଜାଉଥିବା ଡକରାଇ ଯୋଡି ଝରଣା ଏବେ ପାଲଟିଛି ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ ।

 

ମାଲକାନଗିରି ର କାଲିମେଳା ଡକରାଇଯୋଡି ଝରଣା । ମାଲକାନଗିରି ସ୍ଥିତି ଡାକରାଇଯୋଡି ଜଳ ପ୍ରପାତ ଏଭି ୬୬ ଛକରୁ ବେଜଙ୍କି ଗୁଡ଼ା ୨୨ କିଲୋମିଟର ଦୂରରେ ରହିଛି ପ୍ରକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଡାକରାଇ ଜୋଡ଼ି ଜଳ ପ୍ରପାତ ପାହାରର ପ୍ରାକୃତିକ ପରିବେଶ ଭିତରେ ପଥରକୁ ଚିରି ଅସୁଥିବା ଝରଣାର କୁଳୁ କୁଳୁ ନାଦ ବିଶାଳ ପଥର ଉପରେ ଅଙ୍କା ବଙ୍କା ହୋଇ ଝରଣାର ଜଳ ପ୍ରଭାହିତର ମଜା ନେଉଛନ୍ତି ପର୍ଯ୍ୟଟକ ବର୍ଷା ଦିନେ ଜଳର ପ୍ରଭାବ ଅଧିକ ଥିଲା ବେଳେ ଶୀତଦିନେ ଜଳର ପ୍ରଭାବ କମି କମି ଯାଏ । ଏହି ଜଳ ପ୍ରପାତ ପାଇଁ ଅଞ୍ଚଳ ବସି ଦାବି କରିଥିଲେ ଯେ ଏହି ଡାକରାଇ ଯୋଡ଼ି ଜଳ ପ୍ରପାତକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଗଣିତ କରାଯାଉ ଏବଂ ପାହାଡ଼ଉପରେ ଏକ ପାହାଚ ନିର୍ମାଣ ସହିତ ପର୍ଯ୍ୟଟକମାନଙ୍କ ପାଇଁ ବିଶ୍ରାମଗାର କଲେ ପର୍ଯ୍ୟଟକ ମାନେ ଜଳପ୍ରପାତର ମନୋରମ ଦୃଶ୍ୟ ଉପଭୋଗ କରିପାରନ୍ତେ ଓ ବିଜନଗୁଡା ବଜାରର ବିକାଶ ହାଇପାରନ୍ତା ବୋଲି ସାଧାରଣରେ ଅଞ୍ଚଳ ବସି ପ୍ରକାଶ କରିଥିଲେ । ସେପଟେ ୩ ବର୍ଷ ପୂର୍ବରୁ ଜିଲ୍ଲାପାଳ ଏହି ସ୍ଥାନକୁ ଗ୍ରସ୍ତ କରି ଏହାର ଉନ୍ନତି ପାଇଁ ଅର୍ଥ ମଞ୍ଜୁର କରିଥିଲେ ହେଲେ ଆଜି ସୁଦ୍ଧା ଏହି ପର୍ଯ୍ୟଟନ ସ୍ଥଳୀକୁ ଅଳ୍ପ ଟିକେ ରାସ୍ତା ଓ 2ଟି ବିଶ୍ରାମ ଗାର ଓ ଗଛ ମୂଳରେ ଛୋଟ ଛୋଟ ସିମେଣ୍ଟ ର ଥାନ ତିଆରି କରାଯାଇଥିଲେ ମଧ୍ୟ୍ୟ ତାହା ସମ୍ପୂର୍ଣ ହାଇପାରିନାହିଁ । ସମୟ କ୍ରମେ ଏହି ଡାକରାଇ ଯୋଡ଼ି ଜଳପ୍ରପାତ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ଜଳପ୍ରପାତର ଲୋକପ୍ରିୟତା ବଢ଼ିବାରେ ଲାଗିଛି ତେବେ କାଲିମେଳା ବ୍ଲକର ଅନ୍ୟ କୋଉଠି ଏଭଳି ସ୍ଥାନ ନଥିବାବେଳେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିବାରେ ସାଧାରଣରେ ମତ ପ୍ରକାଶ ପାଇଛି ।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!