84

‘ଇତ୍‌ନି ଶକ୍ତି ହମେଁ ଦେନା ଦାତା…ଆଉ ନାହାଁନ୍ତି

ମୁମ୍ବଇ୨୮/୯ : ଲୋକପ୍ରିୟ ଗୀତ ‘ଇତ୍‌ନି ଶକ୍ତି ହମେଁ ଦେନା ଦାତା…’ ଲେଖିଥିବା ଗୀତିକାର ତଥା ଲେଖକ ଅଭିଳାଷଙ୍କର ରବିବାର ଦିନ ମୁମ୍ବଇରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଦୁଇ ଦିନ ପୂର୍ବରୁ ଅଭିଳାଷ ଲିଭର କ୍ୟାନସରରେ ପୀଡିତ ଥିବା ଜଣାପଡିଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ତାଙ୍କର ଏକ ଅପରେସନ ହୋଇଥିଲା । ଅପରେସନ୍ ପରେ ତାଙ୍କୁ ଚଲାବୁଲା କରିବାରେ ସମସ୍ୟା ହେଉଥିଲା । ଅଭିଳାଷ ମୁମ୍ବଇ ଗୋରେଗାଁ ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ଅଭିଳାଷ ୧୩ ମାର୍ଚ୍ଚ ୧୯୪୬ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଥିଲା ଓମପ୍ରକାଶ। ଅଭିଳାଷଙ୍କ ପିତାଙ୍କର ଦିଲ୍ଲୀରେ ବ୍ୟବସାୟ ଥିଲା। ଅଭିଳାଷଙ୍କ ପିତା ଚାହୁଁଥିଲେ ଯେ ତାଙ୍କ ପୁଅ ତାଙ୍କୁ ବ୍ୟବସାୟରେ ସାହାଯ୍ୟ କରନ୍ତୁ କିନ୍ତୁ ଏହା ହୋଇନଥିଲା। ସ୍କୁଲ ଦିନରୁ ଅଭିଳାଷଙ୍କର ଲେଖା ଲେଖିରେ ଅଧିକ ଆଗ୍ରହ ଥିଲା। ମାତ୍ର ୧୨ ବର୍ଷ ବୟସରେ ସେ କବିତା ଲେଖିବା ଆରମ୍ଭ କରିଥିଲେ। ୧୯୮୫ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ଅଙ୍କୁଶ”ର ଲୋପ୍ରିୟ ଗୀତ ‘ଇତ୍‌ନି ଶକ୍ତି ହମେଁ ଦେନା ଦାତା’ ଲେଖିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!