54

ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଦୁବାଇ : ଆଇପିଏଲ-୨୦୨୦ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲାରେ ସୁପର ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟ ଲାଭ କରିଛି। ଏହି ବିଜୟ ସହିତ ବେଙ୍ଗାଲୁରୁ ତିନୋଟି ମ୍ୟାଚ୍‌ରୁ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ଵିତୀୟ ପରାଜୟବରଣ  କରିଛି। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ଏବି ଡିଭିଲିୟର୍ସଙ୍କ ଅପରାଜିତ ବିସ୍ଫୋରକ ୫୫ ରନ, ଦେବଦୁତ୍ତ ପାଡିକଲଙ୍କ ୫୪ ଓ ଆରୋନ ଫିଞ୍ଚଙ୍କ ୫୨ ରନ ସହାୟତାରେ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୦୧ ରନର ବିଶାଳ ସ୍କୋର କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ କିଶନଙ୍କ ଦମଦାର ଅର୍ଦ୍ଧଶତକ(୯୯) ଏବଂ କିରଣ ପୋଲାର୍ଡଙ୍କ ବିସ୍ଫୋରକ ୨୪ ବଲରୁ ୬୦ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୧ ରନ କରିଥିଲା। ମ୍ୟାଚ୍ ଟାଇ ହେବାରୁ ସୁପର ଓଭରର ସହାୟତା ନିଆଯାଇଥିଲା। ବେଙ୍ଗାଲୁରୁ ପକ୍ଷରୁ ସୁପର ଓଭରର ଶେଷ ବଲରେ ଅଧିନାୟକ ବିରାଟ କୋହଲି ଚୌକା ମାରି ଦଳକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟୀ କରାଇଥିଲେ।ଏହି ମ୍ୟାଚ୍‍ରେ ଟସ୍‍ ଜିତି ମୁମ୍ବଇ ଇଣ୍ଡିଆନ୍‍ସ ଫିଲ୍‍ଡିଂର ନିଷ୍ପତ୍ତି ନେଇଥିଲା। ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦୁଇ ଓପ୍‍ନର ଆରୋନ୍‍ ଫିଞ୍ଚ୍‍ ଓ ଦେବଦତ୍ତ ପାଡିକଲ ଚମତ୍କାର ଭାବେ ଇନିଂସ ଆରମ୍ଭ କରିଥିଲେ। ଅଷ୍ଟ୍ରେଲୀୟ ସୀମିତ ଓଭର ଦଳର ଅଧିନାୟକ ଫିଞ୍ଚ୍‍ ଅଧିକ ଷ୍ଟ୍ରାଇକ୍‍ ପାଇଥିଲେ ଏବଂ ଅଧିକ ଆକ୍ରମଣାତ୍ମକ ଷ୍ଟ୍ରୋକ୍‍ ଖେଳିଥିଲେ। ୬ ଓଭରର ପାୱରପ୍ଲେରେ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫୯ ରନ୍‍ କରିଥିଲା। ୮ମ ଓଭରରେ ଆରୋନ୍‍ ଫିଞ୍ଚ୍‍ ୩୧ ବଲ୍‍ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ୮୧ ରନ୍‍ର ଓପ୍‍ନିଂ ଭାଗିଦାରୀ ପରେ ୯ମ ଓଭରର ଶେଷ ବଲ୍‍ରେ ବାଙ୍ଗାଲୋର ପ୍ରଥମ ୱିକେଟ ହରାଇଥିଲା। ଆରୋନ୍‍ ଫିଞ୍ଚ୍‍ ୩୫ ବଲ୍‍ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୫୨ ରନ୍‍କରି ଆଉଟ ହୋଇଥିଲେ। ଫିଞ୍ଚ୍‍ଙ୍କ ବିଦାୟ ପରେ ଆର୍‍ସିବିର ରନ୍‍ଗତି ଧିମେଇ ଯାଇଥିଲା। ୯ ଓଭରରେ ୮୧ ରନ୍‍ ହୋଇଥିବା ବେଳେ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରବର୍ତ୍ତୀ ୪ ଓଭରରୁ ୧୫ ରନ୍‍ କରିଥିଲା। କ୍ରମାଗତ ୩ୟ ମ୍ୟାଚ୍‍ରେ ବିଫଳ ହୋଇ ଆର୍‍ସିବିର ଅଧିନାୟକ ବିରାଟ କୋହଲି ୧୧ ବଲ୍‍ରୁ ୩ ରନ୍‍କରି ଆଉଟ ହୋଇଥିଲେ। ଏକଦା ୩୧ ବଲ୍‍ରୁ ୩୨ ରନ୍‍ କରିଥିବା ଦେବଦତ୍ତ ପାଡିକଲ ୧୪ ଓଭରରେ ଜେମ୍‍ସ ପ୍ୟାଟିନ୍‍ସନଙ୍କୁ କ୍ରମାଗତ ୨ଟି ଛକା ମାରିଥିଲେ। ୧୬ଶ ଓଭରରେ ୩୭ ବଲ୍‍ରେ ପାଡିକଲ ୩ୟ ମ୍ୟାଚ୍‍ରେ ୨ୟ ଅର୍ଦ୍ଧଶତକ ପୂରଣ କରିଥିଲେ। ୩ୟ ୱିକେଟ ପାଇଁ ଡି’ଭିଲିଅର୍ସଙ୍କ ସହ ଦ୍ରୁତ ୬୨ ରନ୍‍ ଯୋଡ଼ିବା ପରେ ପାଡିକଲ ଆଉଟ ହୋଇଥିଲେ। ପାଡିକଲ ୪୦ ବଲ୍‍ରୁ ୨ଟି ଛକା ଓ ୫ଟି ଚୌକା ସହ ୫୪ ରନ୍‍ କରିଥିଲେ। ୨୩ ବଲ୍‍ରେ ଡି’ଭିଲିଅର୍ସ ଅର୍ଦ୍ଧଶତକ ପୂରଣ କରିଥିଲେ। ଶେଷ ୭ ଓଭରରୁ ଆର୍‍ସିବି ୧୦୫ ରନ୍‍ କରି ପାରିଥିଲା। ଡି’ଭିଲିଅର୍ସ ୨୪ ବଲ୍‍ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୫୫ ଏବଂ ଶିବମ୍‍ ଦୁବେ ଶେଷ ଓଭରରେ ୩ଟି ଛକା ସହ ୨୭ ରନ୍‍କରି ଅପରାଜିତ ଥିଲେ। ଟ୍ରେଣ୍ଟ୍‍ ବୋଲ୍‍ଟ ୨ଟ ୱିକେଟ ପାଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!