46

ଦିଲ୍ଲୀ କ୍ୟାପିଟାଲ୍‌ସକୁ ହରାଇ ପ୍ରଥମ ବିଜୟ ହାସଲ କଲା ସନ୍‌ରାଇଜର୍ସ ହାଇଦରାବାଦ

ଆବୁଧାବି : ଆଇପିଏଲ୍‌ର ମଙ୍ଗଳବାର ସନ୍‌ରାଇଜର୍ସ ହାଇଦରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଖେଳାଯାଇ ଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୧୫ ରନରେ ପରାସ୍ତ କରିଛି ସନ୍‌ରାଇଜର୍ସ ହାଇଦରାବାଦ। ଆଜିର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ସନରାଇଜର୍ସ ହାଇଦରାବାଦ ପ୍ରଥମେ ବ୍ୟାଟିଂ କରି ୧୬୨ ରନ ସଂଗ୍ରହ କରିଥିଲା। ଜୋନି ବେୟାରଷ୍ଟୋଙ୍କ ୫୩, ଡେଭିଡ ଓ୍ଵାର୍ଣ୍ଣରଙ୍କ ୪୫ ଓ କେନ ଓ୍ଵିଲିୟମସନଙ୍କ ଦ୍ରୁତ ୪୧ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ହାଇଦରାବାଦ ୧୬୨ ରନ କରିଥିଲା।୧୬୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ ୨୦ଓଭରରେ ୭ ଓ୍ୱିକେଟ୍ ହରାଇ ୧୪୭ ରନ କରିବାରେ ସକ୍ଷମ ହୋଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!