58

ରବି କିଶନଙ୍କୁ ମିଳିଲା ୱାଇ ପ୍ଲସ ସୁରକ୍ଷା

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ମୁହଁ ଖୋଲି ବିବାଦକୁ ଆସିଥିବା ଅଭିନେତ୍ରୀ କଙ୍ଗନା ରଣାୱତ୍‌ ଙ୍କୁ ୱାଇ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଥିଲା  ଏବେ ଅଭିନେତା ତଥା ବିଜେପି ସାଂସଦ ରବି କିଶନଙ୍କୁ ମିଳିବ ୱାଇ ପ୍ଲସ ସୁରକ୍ଷା |ରବି କିଶନଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି | ସେ ଲଗାତରଭାବେ ଲୋକସଭାରେ ବଲିଉଡରେ ଡ୍ରଗ୍ସ ପ୍ରସଙ୍ଗ ଏବଂ ଅନୁରାଗ କଶ୍ୟପଙ୍କ ବିରୋଧରେ ଲାଗିଥିବା ଯୌନ ନିର୍ଯାତନା ପ୍ରସଙ୍ଗ ଉଠାଇଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା କୁହାଯାଉଛି | ଏ ନେଇ ତାଙ୍କୁ ଉତ୍ତରପ୍ରଦେଶ ସରକାର ୱାଇ ପ୍ଲସ ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି |  ଏ ନେଇ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି ଅଭିନେତା ରବି କିଶନ | ଟୁଇଟ ଜରିଆରେ ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯାଇଥିବା କଥା ସେ ଲେଖିଛନ୍ତି | ଟୁଇଟରେ, ପୂଜ୍ୟ ମହାରାଜ ଜୀ, ମୋର ସୁରକ୍ଷାକୁ ଦୃଷ୍ଟିରେ ରଖି, ଆପଣ ଯେଉଁ ୱାଇ ପ୍ଲସ ବର୍ଗର ସୁରକ୍ଷା ମୋତେ ଦେଇଛନ୍ତି, ସେଥିପାଇଁ ମୁଁ, ମୋ ପରିବାର ଏବଂ ମୋ ଲୋକସଭା ନିର୍ବାଚନମଣ୍ଡଳୀର ଲୋକମାନେ ଆପଣଙ୍କ ନିକଟରେ ଋଣୀ। ମୁଁ ସର୍ବଦା ଗୃହରେ ଅନ୍ୟାୟ ପାଇଁ ସ୍ୱର ଉଠାଇବି ବୋଲି ଲେଖିଛନ୍ତି ରବି କିଶନ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!