126

ଏୟାର ଆମ୍ବୁଲାନ୍ସ ଯୋଗେ ଗୁରୁଗାଓଁ ସ୍ଥିତ ମେଦାନ୍ତ ହସପିଟାଲରେ ଭର୍ତି ହେଲେ ପ୍ରଦୀପ ମହାରଥୀ

ଭୁବନେଶ୍ୱର,୩/୧୦ :  ଅସୁସ୍ଥ ଥିବା ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ବର୍ତ୍ତମାନ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଶନିବାର ରାତିରେ ଏୟାର ଆମ୍ବୁଲାନ୍ସ ଯୋଗେ ଗୁରୁଗାଓଁ ସ୍ଥିତ ମେଦାନ୍ତ ହସପିଟାଲରେ ଭର୍ତି ହେଲେ ପ୍ରଦୀପ ମହାରଥୀ । ଗତ ମାସରେ ପ୍ରଦୀପ ମହାରଥି କରୋନା ସଂକ୍ରମିତ ହୋଇଥିଲେ। ଏ ନେଇ ସେ ସୋସିଆଲ ମିଡିଆରେ ‌ଜଣାଇଥିଲେ । ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ତାଙ୍କ ସ୍ୱାସ୍ଥ୍ୟର ସୁଧାର ନ ଆସିବାରୁ ତାଙ୍କୁ ଗୁରୁଗାଓଁ ସ୍ଥିତ ମେଦାନ୍ତ ହସପିଟାଲକୁ  ନିଆଯାଇଥିବାର ଜଣାପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ସହ କଥା ମଧ୍ୟ କଥା ହୋଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!