129

ପ୍ଲାଜ୍‌ମା ଦାନ କଲେ ଯୁବ ଅଭିନେତା ସୌମ୍ୟକାନ୍ତ

ରାଜକନିକା,୪/୧୦:ରାଜକନିକା ବ୍ଲକ୍ ଅନ୍ତର୍ଗତ ବାଘବୁଦା (ନୂଆସାହି) ଗ୍ରାମର ଯୁବ ଅଭିନେତା ସୌମ୍ୟକାନ୍ତ ନାୟକ କଟକ ବଡ଼ ଡ଼ାକ୍ତରଖାନାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ‘ପ୍ଲାଜ୍‌ମା ବ୍ୟାଙ୍କ’ରେ ପହଂଚି ପ୍ଲାଜ୍‌ମା ଦାନ କରିଛନ୍ତି । ରାଜକନିକାରୁ ଶହେ କିଲୋମିଟର ଦୂର କଟକ ଯାତ୍ରା କରି କରୋନା ରୋଗୀଙ୍କୁ ସହାୟତା ପାଇଁ ଶ୍ରୀନାୟକ ସ୍ୱେଚ୍ଛାକୃତ ଭାବେ ପ୍ଲାଜ୍‌ମା ଦାନ କରିଛନ୍ତି । ଏହି କାରଣରୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ‘ପ୍ଲାଜ୍‌ମା ଯୋଦ୍ଧା’ ଭାବେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପିକେ ମହାପାତ୍ର ଏବଂ କଟକ ବଡ଼ ଡ଼ାକ୍ତରଖାନାର ଏମ୍‌ଇଟିର ନିର୍ଦ୍ଦେଶକ ସିବିକେ ମହାନ୍ତି ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଛି । ଏହା ସହିତ କଟକ ଜିଲାପାଳ ଏବଂ କେନ୍ଦ୍ରାପଡ଼ା ଉପଜିଲାପାଳ ମଧ୍ୟ ଶ୍ରୀ ନାୟକଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି । କରୋନାରେ ଆକ୍ରାନ୍ତ ହେବା ପରେ ସାଧାରଣ ଲୋକମାନଙ୍କ ମନୋଭାବକୁ ନେଇ ସେ ଏକ ପ୍ରକାର ଭାଙ୍ଗିପଡ଼ିଥିଲେ । ହେଲେ ସେ ସୁସ୍ଥ ହେବା ପରେ କରୋନା ଆକ୍ରାନ୍ତଙ୍କ ପାଇଁ ଆଗେଇ ଆସି ପ୍ଲାଜ୍‌ମା ଦାନ କରିଛନ୍ତି । କରୋନା ରୋଗୀ ଏବଂ ରୋଗ ପାଇଁ ଅଧିକ ସଚେତନତା ଦରକାର । ତାହା ହେଲେ କରୋନା ହାରିବ ମଣିଷ ସମାଜ ଜିତିବ ବୋଲି ଶ୍ରୀନାୟକ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!