22

୧୦ ୱିକେଟରେ ବିଜୟ ହାସଲ କଲା ଚେନ୍ନଇ

ଦୁବାଇ : ଆଇପିଏଲ ତ୍ରୟୋଦଶତମ ସଂସ୍କରଣର ରବିବାର ଅନୁଷ୍ଠିତ ଦ୍ବିତୀୟ ମ୍ୟାଚରେ କିଙ୍ଗସ୍ ଏକାଦଶ ପଞ୍ଜାବକୁ ଚେନ୍ନଇ ସୁପରକିଙ୍ଗସ୍‌ ୧୦ ୱିକେଟରେ ପରାସ୍ତ କରିଛି। ମ୍ୟାଚ ଜିତିବା ପାଇଁ ଚେନ୍ନଇ ସୁପର କିଙ୍ଗସ୍ ଲାଗି ୧୭୯ରନ ଟାର୍ଗେଟ ଥିବା ବେଳେ କୌଣସି ୱିକେଟ ନ ହରାଇ ଚେନ୍ନଇ ଏହି ସହଜ ବିଜୟ ହାସଲ କରିଛି। ଡୁପ୍ଲେସିଙ୍କ ସର୍ବାଧିକ ୮୭ ଓ  ୱାଟସନଙ୍କ ୮୩ରନ ବଳରେ ଚେନ୍ନଇ ଏହି  ବିଜୟ ହାସଲ କରିଛି । ପୂର୍ବରୁ କିଙ୍ଗସ୍ ଏକାଦଶ ପଞ୍ଜାବ ଟସ ଜିତି ପ୍ରଥମେ ବ୍ୟଟିଂ ନିଷ୍ପତ୍ତି ନେଇ ୧୭୮ରନ କରିଥିଲା ପ୍ରଥମେ  ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ଓପନ କରିଥିଲେ। ପରେ ମୟଙ୍କ ଅଗ୍ରଓ୍ବାଲ ୨୬ ରନ କରି ଆଉଟ ହୋଇଥିଲେ। ମନଦିପ ସିଂ ୨୭ କରି ପାଭିଲିୟନ ଫେରିଥିଲେ । ଅନ୍ୟପକ୍ଷରେ ଲୋକେଶ ରାହୁଲ ଓ ନିକୋଲାସ ପୁରନଙ୍କ ବିସ୍ଫୋରକ ବ୍ୟଟିଂ ଦେଖିବାକୁ ମିଳିଥିଲେ । ନିକୋଲାସ ପୁରନ ୧୭ ବଲରେ ୩୩ ରନ କରି ଆଉଟ ହୋଇଥିଲେ।ପରେ ପରେ ଲୋକେଶ ରାହୁଲ ମଧ୍ୟ ୫୨ ବଲକୁ ୬୩ ରନ ସଂଗ୍ରହ କରି ଆଉଟ ହୋଇଥିଲେ । ମାକ୍ସଓ୍ବେଲ(୧୧) ଓ ସର୍ଫରାଜ ଖାନ (୧୪) ରନ କରି ପାରିକୁ ସମ୍ଭାଳିବା ସହ ଅପରାଜିତ ରହିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!