କେନ୍ଦ୍ରାପଡା, ୯/୧୦ : କେନ୍ଦ୍ରାପଡାର ଜଣେ ଯୁବତୀ ପରୀକ୍ଷା ଦେବାକୁ କଟକ ଲିଙ୍କ ରୋଡରେ ବସରୁ ଓହ୍ଲାଇ ଏକ ଅଟୋରିକ୍ସାରେ ଭୁବନେଶ୍ୱର ଯାଉଥିଲେ । ଅଟୋଚାଳକ ସେହି ଯୁବତୀଙ୍କୁ ଅନ୍ୟ ମହିଳା ଯାତ୍ରୀ ଓହ୍ଲାଇ ଯିବା ପରେ ଏକ ଜଙ୍ଗଲିଆ ରାସ୍ତାରେ ନେଇ ବାଟରେ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଗୋବିନ୍ଦପୁର ନିକଟରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତେବେ ଯୁବତୀଙ୍କ ଚିତ୍କାର ଶୁଣି ସେହି ନିକଟରେ ଥିବା ୨ଜଣ ଗାଈ ଚରାଳି ଦୈାଡି ଆସି ଅଟୋ ଚାଳକଙ୍କୁ ଧରି ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ପହଁଚି ଅଟୋ ଚାଳକକୁ ନେଇ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |