15

ଚେନ୍ନଇକୁ ହରାଇଲା ବାଙ୍ଗାଲୋର

ଦୁବାଇ: ଚଳିତ ଆଇପିଏଲର ଶନିବାର ଅନୁଷ୍ଠିତ ୨ୟ ମ୍ୟାଚରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଅଧିନାୟକ ବିରାଟ କୋହଲିଙ୍କ ଦର୍ଶନୀୟ ଅପରାଜିତ ୯୦ ବଳରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗ୍ସକୁ ୩୭ ରନରେ ଆର୍ସିବି ପରାସ୍ତ କରିଛି। କୋହଲିଙ୍କ ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଆର୍ସିବି ୪ ୱିକେଟ ହରାଇ ୧୬୯ ରନ୍ କରି ପାରିଥିଲା। ୧୭୦ ରନ୍ ଲକ୍ଷ୍ୟରେ ସିଏସ୍କେ ୮ ୱିକେଟ୍ ହରାଇ ୧୩୨ ରନ୍ କରି ପାରିଥିଲା। ଏହି ବିଜୟ ସହ ଆର୍ସିବି ୬ଷ୍ଠ ମ୍ୟାଚରେ ୪ର୍ଥ ବିଜୟ ହାସଲ କରିଛି। ଅନ୍ୟ ପକ୍ଷରେ ୭ମ ମ୍ୟାଚରେ ସିଏସ୍କେ ୫ମ ପରାଜୟ ଭୋଗିଛି।ଦୁବାଇ: ଚଳିତ ଆଇପିଏଲର ଶନିବାର ଅନୁଷ୍ଠିତ ୨ୟ ମ୍ୟାଚରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଅଧିନାୟକ ବିରାଟ କୋହଲିଙ୍କ ଦର୍ଶନୀୟ ଅପରାଜିତ ୯୦ ବଳରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗ୍ସକୁ ୩୭ ରନରେ ଆର୍ସିବି ପରାସ୍ତ କରିଛି। କୋହଲିଙ୍କ ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଆର୍ସିବି ୪ ୱିକେଟ ହରାଇ ୧୬୯ ରନ୍ କରି ପାରିଥିଲା। ୧୭୦ ରନ୍ ଲକ୍ଷ୍ୟରେ ସିଏସ୍କେ ୮ ୱିକେଟ୍ ହରାଇ ୧୩୨ ରନ୍ କରି ପାରିଥିଲା। ଏହି ବିଜୟ ସହ ଆର୍ସିବି ୬ଷ୍ଠ ମ୍ୟାଚରେ ୪ର୍ଥ ବିଜୟ ହାସଲ କରିଛି। ଅନ୍ୟ ପକ୍ଷରେ ୭ମ ମ୍ୟାଚରେ ସିଏସ୍କେ ୫ମ ପରାଜୟ ଭୋଗିଛି।୧୭୦ ରନ୍ ଲକ୍ଷ୍ୟରେ ଚେନ୍ନଇ ସୁପର କିଙ୍ଗ୍ସ ବିପର୍ୟ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ୬ଷ୍ଠ ଓଭରରେ ସ୍କୋର୍ ୨୫ ରନ୍ ହୋଇଥିବା ବେଳେ ସିଏସ୍କେ ତା’ର ଦୁଇ ସଫଳ ଓପ୍ନରଙ୍କୁ ହରାଇଥିଲା। ତାମିଲନାଡ଼ୁର ଜଗଦ୍ଦୀଶନ୍ ୨୮ ବଲରେ ୪ଟି ଚୌକା ସହ ୩୩ ରନ୍ କରିଥିଲେ। ଚେନ୍ନଇ ପାଇଁ ଶକ୍ତ ଧକ୍କା ଥିଲା ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଜଲ୍ଦି ଆଉଟ ହୋଇଯିବା। ଧୋନି ୬ ବଲରେ ୧୦ ରନ୍ କରିଥିଲେ। ସାମ୍ କରନ୍ ପ୍ରଥମ ବଲରେ ଆଉଟ ହୋଇଥିଲେ। ଅମ୍ବତି ରାୟୁଡୁ ୧୮ଶ ଓଭରରେ ଆଉଟ ହେବା ସିଏସ୍କେ ପାଇଁ ବଡ଼ ଧକ୍କା ଥିଲା। ରାୟୁଡୁ ୪୦ ବଲ୍ରୁ ୪ଟି ଚୌକା ସହ ୪୨ ରନ୍ କରିଥିଲେ। ଡ୍ୱେନ୍ ବ୍ରାଭୋ ଓ ରବୀନ୍ଦ୍ର ଜାଡ଼େଜା ୭ ରନ୍ ଲେଖାଏଁ କରିଥିଲେ। କ୍ରିସ୍ ମରିସ୍ ୩ଟି ଓ ୱାଶିଂଟନ ସୁନ୍ଦର ୨ଟି ୱିକେଟ ନେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!