37

୭୮ ବର୍ଷରେ ଅମିତାଭ

ମୁମ୍ବାଇ ୧୧/୧୦: ବଲିଉଡ ବାଦଶାହ ଅମିତାଭ ବଚ୍ଚନଙ୍କ ଆଜି ଜନ୍ମଦିନ। ୭୭ ପୂରି ୭୮ ବର୍ଷ ବୟସରେ ପାଦ ରଖିଲେ। ଏହି ଅବସରରେ ବିଗ ବି ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡ଼ିଆରେ ନିଜର ଏକ ଫଟୋକୁ ସେୟାର କରି ଅଲଗା ଅଲଗା ଭାଷାରେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ସେ ଲେଖିଛନ୍ତି ଆପଣମାନଙ୍କ ଉଦାରତା ଓ ଭଲପାଇବା ମୋ ପାଇଁ ସବୁଠୁ ବଡ଼ ଉପହାର। ଏହାଠାରୁ ଅଧିକ ମୁଁ ଆଉ କିଛି ମାଗି ପାରିବି ନାହିଁ। ଅମିତାଭଙ୍କ ଏହି ପୋଷ୍ଟରେ ତାଙ୍କର ପ୍ରଂଶସକମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ବିଗ ବି ଓ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଗଭୀର ସମ୍ବନ୍ଧ । କରୋନାରେ ଆକ୍ରାନ୍ତ ହେବା ପ​‌ରେ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଅନ୍ୟପଟେ ସେ ହସପିଟାଲରେ ଥାଇ ମଧ୍ୟ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!