31

ଲିବିଆରେ ବନ୍ଦୀ ଥିବା ୭ ଭାରତୀୟ ଉଦ୍ଧାର

ତ୍ରିପୋଲି,୧୨/୧୦: ଲିବିଆରୁ ଅପହରଣ ୭ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ନାଗରିକମାନଙ୍କୁ ୧୪  ସେପ୍ଟେମ୍ବରରେ ଅଶଓ୍ବରିଫ୍ ନାମକ ଏକ ସ୍ଥାନରୁ ଅପହରଣ କରାଯାଇଥିଲା। ଏହି ସମସ୍ତେ ନିର୍ମାଣ ଏବଂ ଏକ ତୈଳ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେମାନେ ଯେତେବେଳେ ତ୍ରିପୋଲି ବିମାନ ବନ୍ଦର ଆଡକୁ ଯାଉଥିଲେ ତାଙ୍କୁ ସେତେବେଳେ ଅପହରଣ କରାଯାଇଥିଲା। ଟ୍ୟୁନିସିୟାରେ ଭାରତର ରାଷ୍ଟ୍ରଦୂତ ପୁନିତ ରାୟ କୁଣ୍ଡଳ ଏ ବିଷୟରେ ସୂଚନା ଦେଇଛନ୍ତି। ଏହି ସମସ୍ତଙ୍କୁ ୧୪ ସେପ୍ଟେମ୍ବରରେ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ଭାରତୀୟଙ୍କୁ ଅପହରଣ କରାଯାଇଥିବା ଖବର ଗୁରୁବାର ଆସିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଓ ଦୂତାବାସ ;ସେମାନଙ୍କୁ ଉଦ୍ଧାର କରିବା ପାଇଁ ଲଗାତାର ଚେଷ୍ଟା ଜାରି ରଖିଥିଲା। ଏହି ଲୋକମା ଆନ୍ଧ୍ର ପ୍ରଦେଶ, ବିହାର, ଗୁଜରାଟ ଓ ଉତ୍ତର ପ୍ରଦେଶର।ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,  ଟ୍ୟୁନିସିଆରେ ଥିବା ଭାରତୀୟ ଦୂତାବାସ ଲିବିଆରେ ରହୁଥିବା ଭାରତୀୟଙ୍କ କଲ୍ୟାଣ ସମ୍ପର୍କିତ ମାମଳାର ତଦାରଖ କରୁଛି। ଟ୍ୟୁନିସିଆରେ ଥିବା ଭାରତୀୟ ଦୂତାବାସ ଲିବିଆ ସରକାର ତଥା ସେଠାରେ ଉପସ୍ଥିତ ଥିବା ଆନ୍ତର୍ଜାତୀୟ ସଂଗଠନଗୁଡ଼ିକୁ ଭାରତୀୟ ନାଗରିକଙ୍କ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଅନୁରୋଧ କରିଛନ୍ତି।  ଅପହରଣକାରୀ ଭାରତୀୟ ନିଯୁକ୍ତିଦାତାଙ୍କ ସହ ଯୋଗାଯୋଗ କରି ତାଙ୍କୁ କିଛି ଫଟୋ ପଠାଇଥିଲେ ଯାହା ସୁନିଶ୍ଚିତ କରେ ଯେ ସେମାନେ ସମସ୍ତେ ନିରାପଦରେ ଅଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!