31

ମୁମ୍ବାଇର ବହୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ

ମୁମ୍ବାଇ,୧୨ ।୧୦: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ବହୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଛି । ବିଜୁଳି ଗ୍ରୀଡ ଫେଲ ହୋଇଯିବାରୁ ମୁମ୍ବାଇର ଅଧିକାଂଶ ସହରରେ ଏବେ ଅନ୍ଧାରରେ ରହିଛନ୍ତି । ଖାଲି ସେତିକି ନୁହେଁ,   ଲୋକାଲ ଟ୍ରେନ ଓ ମେଟ୍ରୋ ସେବା ବାଧାପ୍ରାପ୍ତ ହୋଇଛି। ଅଧା ବାଟରେ ଲୋକାଲ ଟ୍ରେନ ଓ ମେଟ୍ରୋ ଅଟକିବା ପରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ବିଜୁଳି ସରବରାହ ବନ୍ଦ ଯୋଗୁ ଟ୍ରେନ ଚଳାଚଳ ଠାରୁ ଆରମ୍ଭ କରି ଟ୍ରାଫିକ ସିଗ୍ନାଲ ଓ ସିସିଟିଭ ସର୍ଭର ଡାଉନ ହୋଇଯାଇଛି । ନଭି ମୁମ୍ବାଇ, ବାନ୍ଦ୍ରା ଓ ଥାନେ ଅଞ୍ଚଳରେ ବିଦ୍ୟୁତ୍ ଠପ୍ ହୋଇ ପଡିଛି । ସେଣ୍ଟ୍ରାଲ ଲାଇନରେ ପାସେଞ୍ଜର ଟ୍ରେନ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ଫଳରେ ଚର୍ଚ୍ଚ ଗେଟ୍ ଓ ବସଇ ମଧ୍ୟରେ ଲୋକାଲ ଟ୍ରେନ ସେବା ରୋକିବାକୁ ପଡିଥିଲା। ସୂଚନା ଦିଆଯାଇଛି ଯେ ୪୦୦ କେଭି ଲାଇନରେ ଟ୍ରିପିଙ୍ଗ୍ ହୋଇଛି। ଏଥିପାଇଁ ଏମଆଇଡ଼ିସି, ପାଲଘର ଓ ଦହାନୁ ଲାଇନ ପ୍ରଭାବିତ ହୋଇଛି। ଏହାକୁ ଠିକ କରିବାକୁ ପାଖାପାଖି ଘଣ୍ଟାଏ ସମୟ ଲାଗିବ। ବିଦ୍ୟୁତ୍ ଯୋଗାଣ ଠପ୍ ହେବା କାରଣରୁ ଦିନ ୧୦ଟା ପରଟଠାରୁ ବିଭିନ୍ନ ସ୍ଥାନରେ ବିଜୁଳି ସରବରାହ ବନ୍ଦ ହୋଇଯାଇଛି । ମୁମ୍ବାଇରେ ବିଜୁଳି ଯୋଗାଉଥିବା ଟ୍ରାନ୍ସଫର୍ମର ଓ ବିଜୁଳି ଲାଇନରେ ମଧ୍ୟ ସମସ୍ୟା ଦେଖାଦେଇଛି। ମୁମ୍ବାଇ ଓ ତାର ଉପନଗରୀୟ ଅଞ୍ଚଳରେ ୩୬୦ ମେଗାୱାଟ ବିଜୁଳି ସପ୍ଲାଏ ବାଧାପ୍ରାପ୍ତ ହୋଇଛି। ମହାରାଷ୍ଟ୍ର ଶକ୍ତି ମନ୍ତ୍ରୀ ନିତିନ ରାଉତ କହିଛନ୍ତି ଯେ ଏହି ସମସ୍ୟା ଘଣ୍ଟାଏ ମଧ୍ୟରେ ସମାଧାନ କରାଯିବ। ଏହାକୁ ଠିକ କରିବାକୁ ସରକାର ପୁରା ପ୍ରୟାସ କରୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!