42

ରେଳ ଲାଇନ କଢ଼ରୁ ଅଜଣା ମୃତ ଦେହ ଠାବ

ମୁନିଗୁଡା,୧୨/୧୦(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡା ଓ ବିଷମକଟକ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଗୟଲକଣା ନିକଟସ୍ଥ ରେଳ ଲାଇନ କଢ଼ରୁ ସୋମବାର ଏକ ଅଜଣା ବ୍ୟକ୍ତିର ମୃତ ଦେହ ଠାବ ହୋଇଥିବା ଜଣା ପଡିଛି l ତେବେ ଏ ବ୍ୟକ୍ତି ଜଣକ କିଏ ଏବଂ ରେଳ ଲାଇନ କଡ଼କୁ କିପରି ଆସିଲେ ନା କୌଣସି ଯାତ୍ରୀବାହୀ ଟ୍ରେନରୁ ଖସି ପଡିଛନ୍ତି କି କୌଣସି ଟ୍ରେନରେ ଧକ୍କା ହୋଇଛି ତାହା ବର୍ତମାନ ସୁଦ୍ଧା ଜଣା ପଡିନଥିବା ବେଳେ ଘଟଣା ସ୍ଥଳକୁ ମୁନିଗୁଡା ରେଳବାଇ ଜିଆରପି ପୋଲିସ ଓ RPF ପୋଲିସ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରି ଅଧିକ ତଦନ୍ତ ଜାରୀ ରଖିଥିବା ଜଣା ପଡିଛି I ବ୍ୟକ୍ତି ଜଣକ ମାନସିକ ରୋଗୀ ଏବଂ ଏହି ଅଞ୍ଚଳରେ ବହୁ ସମୟରେ ବୁଲୁଥିବା ଓ ଗତକାଲି କିଛି ଲୋକ ଏହି ବ୍ୟକ୍ତିକୁ ଖାଇବାକୁ ଦେବାରୁ ମଧ୍ୟ କିଛି ଖାଇ ନଥିଲେ ବୋଲି ଲୋକେ କହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କହିବା ସହ ଜିଆରପି ପୋଲିସ କେଶ ନମ୍ବର 17/20 ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରୀ ରହିଥିବା ମୁନିଗୁଡା ଜିଆରପି ଏସଆଇ ମକର ସାହୁ ପ୍ରକାଶ କରିଛନ୍ତି  ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!