298

ସମ୍ବର୍ଦ୍ଧିତ ହେଲେ ଅଵସରପ୍ରାପ୍ତ ଆଦର୍ଶ ଶିକ୍ଷକ

ଢେଙ୍କାନାଳ,୧୩/୧୦: କରୋନା ମୁକାବିଲାରେ ଜନଭାଗିଦାରୀ ବଢାଇବା ଏବଂ ସଂକ୍ରମଣକୁ ରୋକିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଜନଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି ।ଏଥିରେ ସାମିଲ ହୋଇ ଓଡିଶାର ଵରପୂତ୍ର ଉଜ୍ଵଳାପୁରୁଷ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ ଓଡ଼ିଶାର ଗୁରୁଜନ,ଭାଇ ଓ ଭଉଣୀ ମାନଙ୍କୁ ମାସ୍କକୁ ଠିକ୍ ଭାବରେ ପିନ୍ଧିବା,ସାମାଜିକ ଦୂରତା ବଜାୟ ରଖିବା , ହାତକୁ ସାବୁନ ସାନିଟାଇଜର ବ୍ୟବହାର କରି ସଫା ରଖିବା,କରୋନା ଟିକା ବାହାରିବା ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାପାଇଁ ନିବେଦନ କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ଏ ବିରାଟ ଜନଭାଗିଦାରୀ ଆନ୍ଦୋଳନ ରେ ସାମିଲ ହେବାକୁ ଦେଇଥିବା ଆହ୍ଵାନ ଓ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ କରିଥିବା ନିବେଦନ ରେ ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀ, ପର୍ଜଙ୍ଗ ବ୍ଲକ, ଜୟପୁରାକାଟେଣୀ ପଞ୍ଚାୟତ,ଜୟପୁରାକାଟେଣୀ ଗ୍ରାମର ବରେଣ୍ଯ ,ବନ୍ଦନୀୟ ,ସ୍ମରଣୀୟ, ଅଭିନନ୍ଦନୀୟ , ଅଭିପ୍ରେରିତ ,ସମର୍ପିତ, ଆଦର୍ଶର ମୃର୍ତ୍ତିମନ୍ତ ପ୍ରତୀକ ଛାତ୍ରବତ୍ସଳ ଶିକ୍ଷକ ତଥା ସର୍ବୋପରି ସାମ୍ପ୍ରତିକ କାଳରେ ଯାହାଙ୍କ ପ୍ରେରଣା ଉତ୍ସାହ ଉଦ୍ଦୀପନା ଲାଭ କରି ସୁସ୍ତପ୍ରାଣରେ ସମସ୍ତ ଛାତ୍ର ସମାଜ ଯୁବସମାଜ ଅଭିଭାବକ ମାନଙ୍କଠାରେ ସ୍ପନ୍ଦନ ସୃଷ୍ଟି ହୋଇଅଛି । ପର୍ଜଙ୍ଗ ବ୍ଲକର ଜନସାଧାରଣ ବୁଦ୍ଧିଜୀବୀ ଛାତ୍ର ଅଭିଭାବକ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଅଵସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ସମାଜସେଵକ ବୁଦ୍ଧିଜୀବୀ ମାନ୍ୟବର ଶ୍ରୀ ଦୟାନିଧି ବେହେରା ମୋହଦୟ ଅନୁପ୍ରାଣିତ ହୋଇ କରୋନା ମୁକାବିଲା ରେ ଭାଗିଦାରୀ ବଢ଼ାଇବା ଜନ ଆନ୍ଦୋଳନ ରେ ସାମିଲ ହୋଇ କୋରନା ସଚେତନତା ବାର୍ତ୍ତା ନିଜ ଗାଁ ରେ ନିଜ ଅଞ୍ଚଳ ରେ ପହଞ୍ଚାଇ ସମସ୍ତଙ୍କ ପାଇଁ ଆଦର୍ଶ ସାଜିଛନ୍ତି ,ଏହି ଅବସରରେ ଵିଜେପି ନମୋ ଇଣ୍ଡିଆ ୨୦୨୪ ମିଶନ ଓଡିଶା ଓ ରାଷ୍ଟ୍ରୀୟ ଗୋ ସୁରକ୍ଷା ବାହିନୀ ସେବା ସଂଘ ଢେଙ୍କାନାଳ ଜିଲ୍ଲା ପରିବାର ତରଫରୁ ଜିଲ୍ଲା ସଭାପତି ଇଞ୍ଜିନିୟର ହିମାଦ୍ରି ଦାସ ଓ ଜିଲ୍ଲା ସଂଗଠନ ମନ୍ତ୍ରୀ ଗଣେଶ ମହାକୁଡ ଦୁଇ ନେତା ଉଭୟ ଶ୍ରୀଯୁକ୍ତ ଦୟାନିଧି ବେହେରାଙ୍କ ଜୟପୁରାକାଟେଣୀ ଗ୍ରାମ ସ୍ଥିତ ବାସଭବନ ରେ ପହଞ୍ଚି ଆଦର୍ଶ ଓ ପ୍ରେରଣାର ପ୍ରତୀକ ଦୟାନିଧି ବେହେରା ମହୋଦୟ ଙ୍କୁ କୋଟି କୋଟି ପ୍ରଣାମ ଜଣାଇ ତାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରି,ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇ ତାଙ୍କର ଦୀର୍ଘ ନିରାମୟ ସୁସ୍ଥ ଜୀବନ କାମନା କରି ଉତ୍ତରୀୟ ଉପୋଢୋକଣ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!