20

ରାମକୃଷ୍ଣ ମିଶନରେ ବୃକ୍ଷ ରୋପଣ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା

ମୁନିଗୁଡା,୧୬/୧୦(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡାସ୍ଥ ରାମକୃଷ୍ଣ ମିଶନ ଆଶ୍ରମ ପରସରରେ ରାୟଗଡା ଜିଲ୍ଲା ଷ୍ଟେଟ ୟୁଇନିଅନ ଅଫ ଜରନାଲିଷ୍ଟ ୟୁନିଟ,ମୁନିଗୁଡା ରେଞ୍ଜ ବନବିଭାଗ ଓ ରାମକୃଷ୍ଣ ମିଶନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ରାଜ୍ୟ ଅନୁସୂଚିତ ଜାତି ଜନଜାତି ପଛୁଆବର୍ଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା,ସମ୍ମାନିତ ଅତିଥି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବୋର୍ଡର ଉପଦେଷ୍ଟା ସୁଧୀର କୁମାର ଦାସ,ରାଜ୍ୟ ଖଦି ବୋର୍ଡ ସଦସ୍ୟ ପୃଥିରାଜ ସାହୁ,ଆଶ୍ରମ ସମ୍ପାଦକ ସ୍ୱାମୀ ଗୀତାତ୍ମନନ୍ଦାଜୀ ମହାରାଜ,ରାଜ୍ୟ ଯୁବ ବିଜୁ ଜନତା ଦଳ ସମ୍ପାଦକ ଜ୍ୟୋତି ପ୍ରସାଦ ସାହୁ,ଏସୟୁଜେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବାଦଲ କୁମାର ତା,ଜିଲ୍ଲା ସଭାପତି ଶିବ ନାରାୟଣ ଗୌଡ଼,ବନପାଳ ହରିଶ୍ଚନ୍ଦ୍ର ମାର୍ଥା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୂପଣ ଭଳି ମହାନ କାର୍ଯ୍ୟରେ ସାମିଲ ହୋଇଥିଲେ।ଅତିଥି ମାନଙ୍କୁ ଏସୟୁଜେ ଜିଲା ଉପସଭାପତି ସହଦେଵ ସାହୁ,ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ସୂର୍ଯ୍ୟ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଦଳାଇ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ପାଣିଗ୍ରାହୀ,ସହ ସମ୍ପାଦକ ବିଜୟ କୁମାର ଦାସ,କାଶୀନାଥ ପାଳ,ଦୁର୍ଗାପ୍ରସାଦ ପାଢ଼ୀ,ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ସହ ସଭା କକ୍ଷକୁ ପାଛୋଟି ନେଇଥିଲେ।କାର୍ଯ୍ୟକ୍ରମର ସଂଯୋଜନା ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା କରିଥିଲେ।ଅତିଥି ମାନେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେବା ସହ ଏସୟୁଜେର ଜିଲ୍ଲାର ବିଭିନ୍ନ ଅଂଚଳରେ ଚାଲିଥିବା ବନୀକରଣ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂଶା କରିଥିଲେ।ବର୍ତ୍ତମାନର ଘଡିସନ୍ଧି ସମୟରେ ସାମ୍ବାଦିକମାନେ ସେମାନଙ୍କ ସାମାଜିକ ଦାୟିତ୍ୱ ନିର୍ବାହ କରି ଏକ ସୁସ୍ଥ ସମାଜ ଗଠନରେ ସେମାନଙ୍କ ଦାୟିତ୍ୱ ତୁଲାଉ ଥିବାରୁ ମନ୍ତ୍ରୀ ଶ୍ରୀ ସାରକା ସାମ୍ବାଦିକ ମାନଙ୍କୁ ପ୍ରଶଂଶା କରିଥିଲେ।ଶେଷରେ ସାମ୍ବାଦିକ ଦିଲ୍ଲୀପ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରପୁର,ମୁନିଗୁଡା ଓ ବିସମକଟକରୁ ଅନେକ ସାମ୍ବାଦିକ ଯୋଗଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!