128

ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ

କଳାହାଣ୍ଡି,୧୬/୧୦(ସୁରେଶ ଚନ୍ଦ୍ର ସାହୁ): ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ସାକେଶକୁଣ୍ଡା ଓ ଦୁର୍ଲାବାଣ୍ଡେଲ ଗାଁରେ । ଏହି ଗାଁରେ କିଛି ଲୋକ ଛାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ସେହି ସ୍ଥାନରୁ ଅନ୍ୟ  ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଥିଲା । କିନ୍ତୁ ଗାଁକୁ ରାସ୍ତା ନଥିବା କାରଣ ରୁ ଆମ୍ବୁଲାନ୍ସ୍ ଯାଇ ନପାରି ବାଟରେ ରହି ଯାଇଥିଲା । ଫଳରେ ବାଧ୍ୟ ହୋଇ ରୋଗୀଙ୍କୁ ଖଟିଆ ରେ ବୋହି ଆମ୍ବୁଲାନ୍ସ ନିକଟ କୁ ଅଣା ଯାଇଥିଲା । ଏହା ପରେ ରୋଗୀଙ୍କୁ ଆମ୍ବୁଲାନ୍ସ ରେ ସ୍ଥାନୀୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ଗାଁରେ ଡାକ୍ତରୀଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିବା ସୂଚନା ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!