26

୫୩କେଜି ଗଞ୍ଜେଇ ସହ ଟାଟାସୁମୋ ଜବତ : ଦୁଇ ଗିରଫ

ମୁନିଗୁଡା,୧୭/୧୦(ନନ୍ଦ କିଶୋର ପଟ୍ଟନାୟକ) : ଦିନକୁ ଦିନ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଥିବା ରାୟଗଡା ଜିଲ୍ଲା ବିଷମକଟକ ପୋଲିସକୁ ମିଳିଛି ଏକ ବଡ଼ ସଫଳତା ବିଷମକଟକ ଥାନା ଏସଆଇ ସନ୍ତୋଷୀ ବାରିକଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ପେଟ୍ରୋଲିଙ୍ଗ କରୁଥିବା ବେଳେ ମା ମାର୍କମା ମନ୍ଦିର ସମ୍ମୁଖରେ ରାମନାଗୁଡ଼ା ଅଞ୍ଚଳରୁ ଏକ ଟାଟା ସୁମୋ ଆସୁଥିବା ବେଳେ ସନ୍ଦେହ କରି ଅଟକାଇ ଯାଞ୍ଚ କରିବାରୁ ତିନୋଟି ଜୋରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ଏହି ଗାଡ଼ି ଛତିଶଗଡ଼ର ରାୟପୁରକୁ ଗଞ୍ଜେଇ ଚାଲାଣ ହେଉଥିବ ତଦନ୍ତରୁ ଜଣାପଡିଛି ପୋଲିସ ଦୁଇ ଜଣକୁ ଗିରଫ କରିବାସହ ୫୩ କେ॰ଜି ଗଞ୍ଜେଇ ସହ ୧୧ ହଜାର ୨୮୦ ଟଙ୍କା ଓ ଏକ ଟାଟା ସୁମୋ ଗାଡି (CG-10-N-9467) ଯବତ କରିଛି ଉକ୍ତ ଦୁଇଜଣ ଉତ୍ତରପ୍ରଦେଶ ସୁରଜ ମାଦେଶିୟ ଓ ଅଶୋକ ୟାଦବ ବୋଲି ଜଣା ପୀଡିଛି ଏହି ଗଞ୍ଜେଈର ଆନୁମାନିକ ମୂଲ୍ୟ  ୫ ଲକ୍ଷ୍ୟରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି ବିଷମକଟକ ଥାନା କେଶ ନମ୍ବର ୧୨୬/୨୦ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି  ରଖିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!