170

ରାଜରାସ୍ତା ପାଲଟିଛି ମରଣ ଯନ୍ତା

ମାଲକାନଗିରି,୧୭/୧୦(ଭିକି ବାରିକ/ଶ୍ରୀନିବାସ ପଣ୍ଡା): ରାସ୍ତାରେ ହୋଇଛି କୁତ୍ରିମ ନାଳ । ରାସ୍ତାରେ ଏତେ ଖାଲ ଢିପ ଯେ ପୋଖରୀ ଓ ନାଳ ପରି ଦିଶୁଛି । କାଲିମେଳା ବ୍ଲକର ଏମ ଭି ୭୬ ଗ୍ରାମ ଦେଇ ଯାଇଥିବା ୩୨୬ ଜାତୀୟ ରାଜପଥ । ଏହି ରାସ୍ତା ମାଲକାନଗିରି ଠାରୁ ସୀମାନ୍ତ ମୋଟୁ ଅଂଚଳ ପଯ୍ୟନ୍ତ ଲମ୍ବିଛି ଜାତୀୟ ରାଜପଥ । ତେବେ ସରକାରୀ ବାବୁଙ୍କ ଏହି ରାସ୍ତା ଦେଇ ପ୍ରତିଦିନ ଯାତାୟତ କରୁଥିଲେ ସୁଦ୍ଧା ରାସ୍ତାର ଏହିଭଳି ଜରାଜୀର୍ଣ୍ଣ ଅବସ୍ଥା ମଧ୍ୟ ଦୃଷ୍ଟି ଗୋଚର ହେଉନାହିଁ । ଫଳରେ ନାହିଁ ନଥିବା ଅସୁବିଧା ସମ୍ମୁଖାନ ହେଉଛନ୍ତି ସାଧାରଣ ଲୋକେ । ଡାକ୍ତରଖାନା ଅବା ପିଲା ପାଠପଢିବାକୁ ଯିବା ସମୟରେ ବହୁ ଅସୁବିଧା ହେଉଛି । କୌଣସି ଆପାତକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ମଧ୍ୟ ସେହି ରାସ୍ତା ଦେଇ ଯିବା ସମୟରେ ବହୁ ସମସ୍ୟା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ରାସ୍ତା ହୋଇଥିବା କୃତିମ ନାଳ ଯାହାକି ଏକ ରୁ ଦୁଇ ଫୁଟ ଗାତ ହୋଇଥିବା ବେଳେ ତାହା ସଠିକ ଭାବରେ ଦୃଶ୍ୟମାନ ହେଉନଥିବା ବେଳେ ଅନେକ ଲୋକ ଦୁର୍ଘଟଣାରେ ଶିକାର ହେଉଛନ୍ତି।ତେବେ ପ୍ରଶାସନ ପକ୍ଷରୁ କୌଣସି ଉଚିତ ପଦକ୍ଷେପ ନିଆ ଯାଉନଥିବା ବେଳେ, ଆଜି ଗ୍ରାମର କିଛି ଯୁବକ ମାନେ ରାସ୍ତାରେ ମାଟି ପକାଇ ସମତଳ କରିଥିଲେ । ଲିଂକନ ଠିକା କମ୍ପାନୀ ଦ୍ବାରା ନିର୍ମିତ ହୋଇଥିବା ଏହି ରାସ୍ତା ମାଓଗଢ ବାହାନା ଦେଖାଇ ଅଧା ପୋନ୍ତୁରିଆ କାମକରି ସରକାରୀ ବାବୁଙ୍କ ପୋକେଟ ମାଲାମାଲ କରି ବିଲ୍ କରି ନେଇଛନ୍ତି । ଯାହାର ଫଳ ସ୍ୱରୂପ ଦୁର୍ଦ୍ଧସା ଭୋଗୁଛନ୍ତି ସାଧାରଣ ଲୋକେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!