152

ଚୋରି ଅଷ୍ଟଧାତୁ ମୂର୍ତିକୁ ଉଦ୍ଧାର କଲା ପୋଲିସ, ଜଣେ ଗିରଫ

ଗଞ୍ଜାମ,୧୭/୧୦(ମନୋଜ କୁମାର ପାତ୍ର): ଜରଡା ଥାନା ଇଲାକା ସୁରଙ୍ଗୀ ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଚୋର ମନ୍ଦିରର ମୂର୍ତ୍ତି ଚୋରି କରିବା ପାଇଁ ଲକ୍ଷ ରଖିଛନ୍ତି । ଜରଡା ଥାନା ଅନ୍ତର୍ଗତ ସୁରଙ୍ଗୀ ଜଗନ୍ନାଥ ମନ୍ଦିରରୁ ଅଷ୍ଟଧାତୁ ଲଳିତା ମୂର୍ତି ଚୋରି କରି ବିକ୍ରି କରିବା ସମୟରେ ଜରଡ଼ା ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଲେ କେ. ନୂଆଗାଁ ଲାଲମେଣ୍ଟା ଅଞ୍ଚଳର ଭଗବାନ ପ୍ରଧାନ।ଗତକାଲି ରାତିରେ ଅଭିଯୁକ୍ତ ଜଣକ ମନ୍ଦିରଭିତରେ ସୋଇଥିଲା କିନ୍ତୁ ରାତିରେ ମନ୍ଦିର ପୂଜାରୀ ମନ୍ଦିର ବନ୍ଦ କରି ଘରକୁ ଚାଲିଯିବା ପରେ ଏହାର ସୁଯୋଗ ନେଇ ଯୁବକ ଜଣକ ମନ୍ଦିରରୁ ଉକ୍ତ ମୂର୍ତ୍ତି ଚୋରି କରିନେଇଥିଲେ।କିନ୍ତୁ ଆଜି ଉକ୍ତ ବ୍ୟକ୍ତି ଜଣକ ନୂଆପେଣ୍ଠ ଇଲାକାରେ ଚୋରି ମୂର୍ତ୍ତିକୁ ବିକ୍ରି କରିବା ପାଇଁ ଯୋଜନା ଚଳାଇଥିବା ବେଳେ ଜରଡ଼ା ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଭଗବାନଙ୍କୁ ଗିରଫ କରିବା ସହ ଅଷ୍ଟଧାତୁ ମୂର୍ତ୍ତିକୁ ଜବତ କରିଛି। ମୂର୍ତ୍ତିର ଉଚ୍ଚତା ୧ ଫୁଟ ହୋଇଥିବା ବେଳେ ବହୁ ପୁରୁଣା ମୂର୍ତି ବୋଲି ଜଣାପଡିଛି। ତେବେ କିଛି ବର୍ଷ ପୂର୍ବେ ସାରଥି ଧାମ ଜରଡ଼ା ଦଶ ଅବତାର ମନ୍ଦିରରୁ ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତିକୁ ଉଦ୍ଧାର କରିବାରେ ଜରଡ଼ା ଥାନା ପୁଲିସ୍ ପାଇଁ ବଡ଼ ସଫଳତା ମିଳିଛି। ତେବେ ଆଜିର ମୂର୍ତ୍ତି ଉଦ୍ଧାର କରାଯାଇଥିବା ଚୋରଙ୍କ ନିକଟରୁ ଆଉ କେଉଁ ମନ୍ଦିରରୁ ମୂର୍ତ୍ତି ଚୋରି ସହ ସଂପୃକ୍ତି ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଥାନା ସୂତ୍ରରୁ ପ୍ରକାଶ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!