95

ଫରେଷ୍ଟ ଗାର୍ଡଙ୍କ ନିର୍ଦ୍ଦେଶରେ କଟା ଯାଉଛି ଶାଗୁଆନ ଗଛ !

ମାଲକାନଗିରି ,୧୭/୧୦( ଭିକି ବାରିକ/ ଶ୍ରୀନିବାସ ପଣ୍ଡା) : କାଲିମେଳା ବ୍ଲକ ତେଳରାଇ ପଞ୍ଚାୟତ ଅନ୍ତର୍ଗତ ଏମ୍ ଭି ୧୨୬ ଗ୍ରାମ ନିକଟସ୍ଥ ମନ୍ଦିର ପଛପଟେ ଦିନ ଦ୍ୱିପହରରେ ଶାଗୁଆନ ଗଛ କଟା ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୨ ଟି କାଠ ଗଣ୍ଡି ଜବତ କରାଯାଇଛି। ସୂଚନା ମୁତାବକ ଗତ କିଛି ଦିନ ତଳେ ଏହି ଗ୍ରାମରେ ୩୨୬ ନଂ ଜାତୀୟ ରାଜପଥ କଡରେ ଥିବା ମନ୍ଦିର ପଛ ପଟେ କେତୋଟି ବିରାଟ ଶାଗୁଆନ ଗଛ କଟା ଚାଲିଥିଲା। ଆଜି ପୁଣି ଥରେ ଏହା ଦେଖି ସ୍ଥାନୀୟ ଲୋକ ସ୍ଥାନୀୟ ବନ ବିଭାଗକୁ ଖବର ଦେବାରୁ ଦ୍ୱିପହରରେ କାଲିମେଳା ରେଞ୍ଜର ରାମଚନ୍ଦ୍ର ମାଡକାମିଙ୍କ ନେତୃତ୍ବରେ ଏକ ଟିମ୍ ଘଟଣା ସ୍ଥଳକୁ ଯାଇ ୧୨ ଟି କାଠ ଗଣ୍ଡି ଜବତ କରିଥିଲେ। ଏଥିସହ ସେଠାରେ ଶାଗୁଆନ କାଠ କାଟୁଥିବା କିଛି ଲୋକଙ୍କୁ ପଚରାଉଚୁରା କରିବା ପରେ ସ୍ଥାନୀୟ ଫରେଷ୍ଟ ଗାର୍ଡ ଅମଳ ଶଙ୍କର ପରିଧାଙ୍କ ନିର୍ଦ୍ଦେଶରେ ଏହି ଶାଗୁଆନ ଗଛ କଟା ଯାଉଥିବା କହିଛନ୍ତି । ବନବିଭାଗର ଜଣେ କର୍ମଚାରୀଙ୍କ ନିର୍ଦ୍ଦେଶରେ ଏଭଳି ଗଛକଟା କୁ ସ୍ଥାନୀୟ ଲୋକ ବିରୋଧ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି। ଅନ୍ୟପଟେ ଜାତୀୟ ରାଜପଥ କଡରେ ଦିନ ଦ୍ୱିପହର ଏଭଳି ଚିତ୍ର ଜଙ୍ଗଳରୁ ମୂଲ୍ୟବାନ ଶାଗୁଆନ ଗଛ ଉଭାନ ହେବାରେ ବନବିଭାଗର ସମ୍ପୃକ୍ତି କୁ ସ୍ପଷ୍ଟ ଦର୍ଶାଉଛି । ଏ ସମ୍ପର୍କରେ ରେଞ୍ଜର ଶ୍ରୀ ମାଡକାମି ଙ୍କୁ ପଚାରିବାରୁ ତଦନ୍ତରେ କୌଣଷି ବ୍ୟକ୍ତିର ସମ୍ପୃକ୍ତି ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!