25

ଦେଶର ସବୁ ଲୋକଙ୍କ ପାଖରେ କରୋନା ଟିକା ପହଞ୍ଚିବା ଦରକାର ; ପିଏମ ମୋଦି

ନୂଆଦିଲ୍ଲୀ ୧୮/୧୦:  ଦେଶର ସବୁ ଲୋକଙ୍କ ପାଖରେ କିପରି କରୋନା ଟିକା ପହଞ୍ଚିବ  ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଅଫିସରଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି।  ଦେଶର ଭୌଗୋଳିକ ସ୍ଥିତି ଓ ବିବିଧତାକୁ ଧ୍ୟାନରେ ରଖି ଭାକସିନ ଯୋଗାଣ କିଭଳି ଦ୍ରୁତ ଭା​ବେ ପହଞ୍ଚି ପାରିବ ସେ ସମ୍ପର୍କରେ ସୁନିଶ୍ଚିତ କରିବା ଦରକାର। କୋଲ୍ଡ ଷ୍ଟୋରେଜ ଚେନ୍, ଡିଷ୍ଟ୍ରବ୍ୟୁସନ ନେଟଓ୍ବର୍କ, ମନିଟରିଂ ମେକାନିଜମ, ଆଡାଭାନ୍ସ ଆସସମେଣ୍ଟ ଓ ଆବଶ୍ୟକ ଉପକରଣ ପ୍ରସ୍ତୁତ କରିବା ପାଇଁ ଆଡଭାନ୍ସ ପ୍ଲାନିଂ ସାମିଲ ହେବା ଦରକାର। ଏହା ସହ ନିୟମ ପାଳନ କରିବା ତଥା ମହମାରୀକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରୟାସ ଜାରି ରଖିବାକୁ ଆହ୍ବାନ କରିଛନ୍ତି। ଆଗକୁ ଶୀତ ଆସୁଥିବାରୁ କରୋନାର ଦିଶାନିର୍ଦେଶ ପାଳନ କରିବାକୁ ଅନୁରୋଧ କରିଛନ୍ତି। ମାସ୍କ ପିନ୍ଧିବା, ହାତ ପରିଷ୍କାର କରିବା ତଥା ସଫାସୁତୁରା ଉପରେ ଧ୍ୟାନ ରଖିବାକୁ ପିଏମ ଚେତାଇ ଦେଇଛନ୍ତି।  ଭାରତରେ ତିନିଟି ଭାକସିନର ସନ୍ଧାନ ଆଡଭାନ୍ସ ସ୍ତରରେ ଚାଲୁଛି। ଯେଉଁଥିରୁ ଦୁଇଟି ଦ୍ବିତୀୟ ପର୍ଯ୍ୟାୟ ଓ ଅନ୍ୟ ଗୋଟିଏ ତୃତୀୟ ପର୍ଯ୍ୟାୟରେ ରହିଛି। ଭାରତୀୟ ବୈଜ୍ଞାନିକ ପଡୋଶୀ ଦେଶ ଆଫଗାନିସ୍ତାନ, ଭୁଟାନ, ବାଂଲାଦେଶ, ମାଳଦ୍ବୀପ, ମରିସସ ନେପାଳ ଓ ଶ୍ରୀଲଙ୍କା ଅନୁସନ୍ଧାନ କ୍ଷମତାକୁ ସହଯୋଗକୁ ଦୃଢ଼ କରାଯାଉଛି ମୋଦିଙ୍କ ଏ ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଧନ, ନୀତି ଆୟୋଗ ସଦସ୍ୟ, ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା , ବରିଷ୍ଠ ବୈଜ୍ଞାନିକ ତଥା ଭାରତ ସରକାରଙ୍କ ଅନ୍ୟ ବିଭାଗର ଅଧିକାରୀ ସାମିଲ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!