115

କଳାହାଣ୍ଡିର ଉଦୟମାନ ଯୁବ କଣ୍ଠଶିଳ୍ପୀ ବୁବୁ ନାଗଙ୍କ ଚମତ୍କାର ସଙ୍ଗୀତ

କଳାହାଣ୍ଡି,୧୯/୧୦( ସୁରେଶ ଚନ୍ଦ୍ର ସାହୁ): କଳାହାଣ୍ଡି ହେଉଛି କଳାର ଗନ୍ତାଘର କଳାକାର ପାଇଁ କଳାହାଣ୍ଡି ଆଜି ଗର୍ବିତ ତେବେ ଏବେ ମଧ୍ୟ ଜିଲ୍ଲା ର କୋଣ ଅନୁକୋଣରେ ଅନେକ ପ୍ରତିଭା ସୁଯୋଗ ଅପେକ୍ଷା ରେ ରହିଛନ୍ତି ନିଜ ପାଖରେ ଥିବା କଳା କୁ ବିକଶିତ କରିବା ପାଇଁ ଏକ ଏମିତି ହାତ ଖୋଜୁଛନ୍ତି ଯିଏ ତାଙ୍କୁ ତାଙ୍କ ଲକ୍ଷ୍ୟ ପଥରେ ପହଞ୍ଚାଇ ପାରିବ ଏମିତି ଏକ ଯୁବ ଓ ଉଦୟମାନ ପ୍ରତିଭା ହେଉଛନ୍ତି କୋକସରା ବ୍ଲକ ଗହନାମୁଣ୍ଡା ର ସ୍ବର୍ଗତ ଗୋପାଳ ଚନ୍ଦ୍ର ନାଗ ଙ୍କ ୧୭ ବର୍ଷ ର ପୁଅ ବୁବୁ ନାଗ ବୟସ ଅତି କମ ହେଲେ ବି କଣ୍ଠ ରେ ଭାରି ରହିଛି ସଙ୍ଗୀତ ର ମୂର୍ଚ୍ଛନା ଭଜନ ହେଉ କି ସମ୍ବଲପୁରୀ କିମ୍ବା କ୍ଲାସିକ ଓଲିଉଡ ବଲିଉଡ଼ ସଙ୍ଗୀତ ସବୁ ଗୀତ ରେ ରହିଛି ତାଙ୍କ ପାରିଦର୍ଶିତା ଛୋଟ ବେଳୁ ଅଭାବୀ ପରିବାର ରେ ବଢିଥିବା ଏହି କଳାକାର ଙ୍କ ପରିବାର କହିଲେ ତାଙ୍କ ବିଧବା ମା ସହ ବଡ ଭାଇ ଓ ଦୁଇ ଭଉଣୀ ଙ୍କ ସହ ରହୁଛନ୍ତି ବାପା ଆଜିକୁ ୩ ମାସ ହେବ ଅକାଳ ବିୟୋଗ ପରେ ୪ ଭାଇ ଭଉଣି ବେସାହାରା ହୋଇ ପଡିଛନ୍ତି ବୁବୁ ଗାଁ ପାଖ ମୂଷାପାଲି ହାଇସ୍କୁଲରେ ମାଟ୍ରିକ ପରେ ଭୁବନେଶ୍ୱର ବେଦାନ୍ତ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ମେକାନିକାଲ ରେ ଡିପ୍ଲୋମା କରିବା ପରେ ବି ଟେକ କରିବା ପାଇଁ ମନରେ ଇଚ୍ଛା ଥିଲେ ମଧ୍ୟ ଅଭାବୀ ପରିବାର ଆଗରେ ଆଗକୁ ପଢିବା ପାଇଁ ସମ୍ବଳ ନାହିଁ ଏଣୁ ନିଜ ପରିବାର ଓ ଆଗକୁ ପଢିବା ପାଇଁ କିଛି ଛାତ୍ର ଛାତ୍ରୀ ଙ୍କୁ ଘରେ ଟ୍ୟୁସନ କରୁଛନ୍ତି ସମୟ ପାଇଲେ ଗୀତ ପାଇଁ ସମୟ ଦିଅନ୍ତି ତାଙ୍କ କେହି ଗୁରୁ ନାହାଁନ୍ତି ସୋସିଆଲ ମିଡ଼ିଆ ରେ ଦେଖି ସେ ନିଜେ ନିଜେ ସଙ୍ଗୀତ ଶିଖିଥିବା ବେଳେ ତାଙ୍କ ଗୀତ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ଓଡ଼ିଶାର ପ୍ରଖ୍ୟାତ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଙ୍କୁ ନିଜ ରୋଲ ମଡେଲ ଭାବେ ନେଇଥିବା ବେଳେ ଯଦି ଆଗକୁ ସୁଯୋଗ ମିଳିଲେ ସେ ଜଣେ ଭଲ ଗାୟକ ହେବାକୁ ଲକ୍ଷ୍ୟ ରହିବା ସହ ନିଜ ଅଞ୍ଚଳ ସହ ଓଡିଶା ର ନାଁ ରଖିବେ ବୋଲି ଆଶା ବାନ୍ଧିଛନ୍ତି ତେବେ ତାଙ୍କ ଏହି ସ୍ୱପ୍ନ କୁ ପୁରଣ କରିବା ପାଇଁ ପ୍ରୋତ୍ସାହନ ଓ ସୁଯୋଗ ର ଅପେକ୍ଷା ରେ ରହିଛନ୍ତି ଏଣୁ ଜିଲ୍ଲା ସଂସ୍କୃତି ବିଭାଗ କିମ୍ବା କୌଣସି ସଙ୍ଗୀତଜ୍ଞ ତାଙ୍କ ପ୍ରତିଭା କୁ ପ୍ରସ୍ଫୁଟିତ କରିବା ପାଇଁ ଗହଣାମୁଣ୍ଡା ଗ୍ରାମବାସୀ ଙ୍କ ସମେତ ବୁବୁ ଙ୍କ ସାଙ୍ଗସାଥି ଓ ପରିବାର ନିବେଦନ କରିଛନ୍ତି ।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!