ଝରିଗାଁ,୧୯/୧୦(ଭୋଦେଵ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଚନ୍ଧାହାଣ୍ଡି ଘାଟି ରେ ଆଜି ଏକ ଅଟୋ ଓଲଟି ଦୁଇ ଜଣ ମହିଳା ଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ସିନ୍ଧିପଡା ଗ୍ରାମର ଲୋକ ଏକ ଅଟୋ ଯୋଗେ ଚନ୍ଧା ହାଣ୍ଡି ବ୍ଲକ କରାଡଙ୍ଗରି ଗ୍ରାମରେ ଏକ ଦଶାହ କାର୍ଯ୍ୟକ୍ରମରେ ଯାଉଥିବା ବେଳେ ଚନ୍ଧାହାଣ୍ଡି ଘାଟି ରେ ଅଟୋ ଭାରଶ୍ୟାମ ହରାଇ ଓଲଟି ଯିବା ଫଳରେ ଘଟଣା ସ୍ଥଳରେ ହିଁ ୨ ଜଣ ମହିଳା ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ମହିଳା ଗୁରୁତର ହୋଇ ଝରିଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି ଏବଂ ଅନ୍ୟ ଦଶ ଜଣ ସାମାନ୍ୟ ଆହତ ଅଛନ୍ତି ଓ ଏଥିରେ ୭ ଜଣ ଶିଶୁ ଥିବାର ସୂଚନା ମିଳୁଛି । ଗୋଟିଏ ଅଟୋ ରେ ୨୨ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଅଟୋ ଟି ଯାଉଥିବାରୁ ଘାଟି ରେ ଭାରଶ୍ୟାମ ହରାଇ ଓଲଟି ପଡିଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |