79

କୂରେଇଶୁଣି ମା’ଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଜଣେ ମୃତ,୨୦ ଆହାତ

ଗଞ୍ଜାମ,୨୦/୧୦(ମନୋଜ କୁମାର ପାତ୍ର):ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ତୁରୁବୁଡି ପଞ୍ଚାୟତର କଣ୍ଟାଖାଳି ଗ୍ରାମ ନିକଟସ୍ଥ ବିଦ୍ୟାଧର ପୁର ବାଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡି -୦୭-ଏ ଏଫ୍-୪୭୧୦ ଗାଡ଼ିରେ ନୂଆଗଡରୁ କୂରେଇଶୁଣି ମା’ଙ୍କ ଦର୍ଶନ ସାରି ଫେରିବା ସମୟରେ ଗାଡିଟି ବ୍ରେକ୍ ଫେଲ ହେବା ଫଳରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି।ଏହି ଦୁର୍ଘଟଣା ହେବା ଫଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।ଏଥିରେ ଟିକରପଡା ଗ୍ରାମର ତ୍ରିଲୋଚନ ସାହୁ ଙ୍କ ଧର୍ମ ପତ୍ନୀ ପଙ୍କଜ ସାହୁ (୪୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।ଗାଡ଼ିର ଡ୍ରାଇଭର ଖରିଆଗୁଡ଼ା ଫାଣ୍ଡି ରେ ଆତ୍ମସମର୍ପଣ କରିଥିବା ବେଳେ କେଶ୍ ନଂ ୨୪୩ ରେ ଏକ ମାମଲା ରୁଜୁ କରିବା ସହ ମୁତ୍ୟୁ ବରଣ କରିଥିବା ମହିଳାଙ୍କ ଶବକୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡ଼ିକାଲକୁ ପଠାଯାଇଥିବା ନେଇ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ଶତପଥୀଙ୍କ ଠାରୁ ସୂଚନା ମିଳିଛି।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!