54

ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ସେନା ଦୁଇ ଦିନ ପୂର୍ବେ ଯେଉଁ ଚୀନ୍ ସୈନିକଙ୍କୁ ଧରିଥିଲା, ତାଙ୍କୁ ମଙ୍ଗଳବାର ରାତିରେ ଚୁସୁଲ –ମୋଲ୍ଡା ମିଟିଂ ପଏଣ୍ଟକୁ ଛାଡି ଦେଇଛି।  । ଚୁସୁଲ-ମୋଲଦି ମିଟିଂ ପଏଣ୍ଟରେ ବିଳମ୍ବିତ ରାତିରେ ଚୀନ୍ ସୈନିକଙ୍କୁ ଫେରାଇ ଦିଆଯାଇଛି। ଉଲ୍ଲେଖନୀୟ ଯେ, ଗତ ସୋମବାର ଲଦାଖର ଡେମଚୋକରେ ଭୁଲରେ ଚାଲିଆସିଥିବା ଚୀନ୍ ସୈନିକଙ୍କୁ ଭାରତୀୟ ସେନା ଧରି ନେଇଥିଲା। ଚୀନର ଦାବି ଅନୁସାରେ, ତାଙ୍କର ସୈନିକମାନେ ଭୁଲରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିଲେ। ଭାରତୀୟ ସେନା ସେହି ଦିନ କହିଥିଲା, ସମସ୍ତ ଔପଚାରିକ କାର୍ଯ୍ୟ ଶେଷ ହେବାପରେ ପ୍ରୋଟକଲ୍ ଅନୁସାରେ ଚୀନର ସୈନିକଙ୍କୁ ଫେରାଇ ଦିଆଯିବ। ଚୀନ ଭାରତୀୟ ସେନାକୁ ପ୍ରୋଟୋକଲ ହିସାବରେ ସୈନିକଙ୍କୁ ଫେରାଇବା ନେଇ ନିବେଦନ କରିଥିଲା। ଭାରତୀୟ ସେନା ସୋମବାର କହିଥିଲା ପିପୁଲ୍ସ ଲିବରେସନ ଆର୍ମୀର ଜଣେ ସୈନିକଙ୍କୁ ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ସୋମବାର ଦିନ ଧରିଥିଲେ। ତାଙ୍କ ଚିହ୍ନଟ ବା ପରିଚୟ କର୍ନେଲ ଭାବେ ହୋଇଥିଲା। ପଶ୍ଚିମ ଥିଏଟର କମାଣ୍ଡର ପ୍ରବକ୍ତା କର୍ନଲ ଝାଙ୍ଗ ସୁଝଲି ସୋମବାର ରାତିରେ ନିଖୋଜ ଥିବା ସୈନିକଙ୍କ ବୟାନ ଜାରି କରିଥିଲା ଓ କହିଥିଲା ଆମର ଜଣେ ଚୀନ ସୈନିକ ଅକ୍ଟୋବର ୧୮ ତାରିଖ ରାତିରେ ଥାକ ଖୋଜିବାରେ ସାହାଯ୍ୟ କରିବା ସମୟରେ ନିଖୋଜ ହୋଇଯାଇଛନ୍ତି। ଯଦିଓ ସେ ତାଙ୍କ ସୈନିକଙ୍କ ଚିହ୍ନଟ କରିପାରି ନାହାନ୍ତି। ଘଟଣାର ତୁରନ୍ତ ପରେ ହିଁ ଚୀନ ସୀମା ରକ୍ଷକ ଭାରତୀୟ ପକ୍ଷକୁ ଘଟଣା ବାବଦରେ ସୂଚନା ଦେଇଥିଲା। ଏହା ସହ ଭାରତୀୟ ସେନା ତାଙ୍କୁ ଖୋଜିବାରେ ସାହାଯ୍ୟ କରିବ ବୋଲି ଆଶାୟୀ ଥିବା କହିଥିଲା।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!