63

ପରଲୋକରେ ପୂର୍ବତନ ଆଇଏଏସ୍‌ ଡ. ବି. ଭେଙ୍କଟରମଣ

ଭୁବନେଶ୍ୱର,୨୪/୧୦: ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ୍‌ ଅଧିକାରୀ ଡ. ବି. ଭେଙ୍କଟରମଣଙ୍କ ଦିଲ୍ଲୀସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ୧୯୫୦ ବ୍ୟାଚ୍‌ର ଏହି ପୂର୍ବତନ ପ୍ରଶାସକ ଓଡ଼ିଶାର ବୌଦ୍ଧ, କେଉଁଝର ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ସହ ଓଡ଼ିଶାର ପର୍ଯ୍ୟଟନ ଓ ସଂସ୍କୃତି ଏବଂ ଗୃହ ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ । ସେ ମଧ୍ୟ ୧୯୮୦ ମସିହା ଫେବ୍ରୁଆରୀ ମାସରେ ଏକ ମାସ ପାଇଁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ଭାବେ ଡ. ଭେଙ୍କଟରମଣ କାର୍ଯ୍ୟ କରିଥିଲେ। ଓଡ଼ିଶାରେ ତାଙ୍କର କାର୍ଯ୍ୟକାଳ ସମୟରେ ଭୁବନେଶ୍ୱରସ୍ଥିତ ମ୍ୟୁଜିୟମ୍‌ରେ ତାଳପତ୍ର ପୋଥିର ସଂରକ୍ଷଣ, ଲକ୍ଷ୍ମଣେଶ୍ୱର, ଶତ୍ରୁଘ୍ନେଶ୍ୱର ଏବଂ ଭରତେଶ୍ୱର ଭଳି ପୁରାତନ ମନ୍ଦିରଗୁଡ଼ିକର ପୁନରୁଦ୍ଧାର ପାଇଁ ସେ ପଦକ୍ଷେପ ନେଇଥିଲେ। ଫୁଲବାଣୀ ସହରକୁ ପାନୀୟ ଜଳ ଯୋଗାଣ ଓ କେନ୍ଦୁଝର କଲେଜ ସ୍ଥାପନ ପାଇଁ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!