40

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ

ମଦୁରାଇ: ତାମିଲନାଡୁର ମଦୁରାଇରେ ଏକ ଘରୋଇ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୫ ଜଣଙ୍କ ପ୍ରାଣହାନୀ ଘଟିଛି । ପୋଲିସର ସୂଚନା ମୁତାବକ, ବାଣ ତିଆରି ପାଇଁ ବ୍ୟବହାର ହେଉଥିବା କେମିକାଲ ଯୋଗୁଁ ପ୍ରଥମେ ନିଆଁ ଲାଗିବା ଆରମ୍ଭ ହୋଇଥିଲା । ଏହାପରେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥରେ ୩ ଜଣ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୟଙ୍କର ବିସ୍ଫୋରଣ ପରେ ପୂରା କାରଖାନା ଛାରଖାର ହୋଇଛି । ବିସ୍ଫୋରଣ ବେଳେ କାରଖାନା ଭିତରେ ବହୁ ଲୋକ କାମ କରୁଥିଲେ । ଅନେକ ପୋଡି ହୋଇ ଗୁରୁତର ହୋଇଥିବା ବେଳେ ୫ ଜଣ ଘଟଣାସ୍ତଳରେ ପୋଡିହୋଇ ମୃତ୍ୟୁବରଣ କରିଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ କେଉଁ କାରଣରୁ ବିସ୍ଫୋରଣ ହେଲା ସେ ନେଇ ତଦନ୍ତ କରୁଛି ପୋଲିସ । ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ ମୃତକଙ୍କ ପରିବାରକୁ ଗଭୀର ଦୁଖପ୍ରକାଶ ଜଣାଇବା ସହ ୨ ଲକ୍ଷ ଟଙ୍କା ଲେଖାଏ ସହାୟତାର ରାଶି ପ୍ରଦାନ କରିଛନ୍ତି । ସେହିପରି ଆହତଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!