136

ବିନା ଭକ୍ତରେ ସମ୍ପର୍ଣ୍ଣ ହେଲା ମାଁ ମାଣୀକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡି , ୨୪/୧୦(ସୁରେଶ ଚନ୍ଦ୍ର ସାହୁ) : କଳାହାଣ୍ଡି ର ମାଁ ଅଧିଷ୍ଠାତ୍ରୀ ଦେବୀ ମାଁ ମାଣୀକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ର ଇତିହାସ ରେ ପ୍ରଥମ ଥର ପାଇଁ ବିନା ଭକ୍ତରେ ଶାନ୍ତି ଶୃଙ୍ଖଳା ର ସହ ଛତର ଯାତ୍ରା ସମ୍ପର୍ଣ୍ଣ ହୋଇଯାଇଛି । ତେବେ ୩ ଟା ୩୩ ମିନିଟ ସମୟରେ ପୂଜା ଆରମ୍ଭ ହୋଇଥିବା ବେଳେ ଭବାନୀପାଟଣା ଉପକଣ୍ଠ ରେ ଥିବା ଜେନାଖାଲ୍ ଠାରେ ଆଜି ଭୋର ୪ ଟା ୪୫ ମିନିଟ ସମୟରେ ମାଙ୍କ ଗୁପ୍ତ ପୁଜା ହେବାପରେ ସେଠାରୁ କଡା ସୁରକ୍ଷା ଭିତରେ ପାରମ୍ପାରିକ ରିତି ନିତି ଅନୁସାରେ ଡୋଲ୍ ନିସାନ୍ ଘୁମୁରା ର ତାଳେ ତାଳେ ମାଙ୍କ ଛତର ରାଜନଗର ରେ ଥିବା ମାଁ ମାଣୀକେଶ୍ବରୀଙ୍କ ମନ୍ଦୀର ଅଭିମୁଖେ ବାହାରୀ ୬ ଟା ୧୫ ମିନିଟରେ ପହଞ୍ଚିଥିଲା । ମାଙ୍କ ଛତର କୁ ମନ୍ଦୀର ର ପ୍ରବେଶ ଦ୍ବାରରେ ସ୍ବାଗତ କରା ଯାଇଥିଲା ଓ ସ୍ବାଗତ ପରେ ମନ୍ଦୀର ଭିତରକୁ ପ୍ରବେଶ କରାଯାଇଥିଲା । ତେବେ କରୋନା କଟକଣା ଯୋଗୁଁ ଛତର ଯାତ୍ରାରେ ଭକ୍ତଙ୍କ ସମାଗମ ଉପରେ ରୋକ୍ ଲଗା ଯାଇ ସାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା ।


 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!