37

ଦୁଇବର୍ଷ ପରେ ପୁଣି ଥରେ ପରଦାକୁ ଫେରିଲେ ଶାହରୁଖ

ମୁମ୍ବାଇ ୨୪/୧୦:   ଦୁଇବର୍ଷ ପରେ ପୁଣି ଥରେ ପରଦାକୁ ଫେରିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି ବଲିଉଡ କିଙ୍ଗ ଖାନ ଶାହରୁଖ ଖାନ। ଦୁଇ ବର୍ଷ ବ୍ରେକ ପରେ ଗୋଟିଏ ଫିଲ୍ମ ନୁହେଁ ବରଂ ସେ ତିନିଟି ଫିଲ୍ମ ସାଇନ୍ କରିଛନ୍ତି। ଶାହରୁଖଙ୍କ ଫିଲ୍ମ ‘ପଠାନ’କୁ ନେଇ ଏବେ ବେଶ୍ ଚର୍ଚା ଚାଲିଛି। ଏବେ ଶୁଣାଯାଉଛି ଶାହରୁଖ ଖାନ ସାଉଥ ଇଣ୍ଡିଆନ ଫିଲ୍ମ ନିର୍ଦେଶକ ଏଟଲିଙ୍କ ସହ କାମ କରିବେ। ତାଙ୍କ ଫିଲ୍ମରେ ସେ ଡବଲ ରୋଲରେ ନଜର ଆସିବେ। ପ୍ରଥମଥର ପାଇଁ ସେ ସାଉଥ ନିର୍ଦେଶକ ଏଟଲିଙ୍କ ସହ କାମ କରିବେ। ତେବେ ଡୁପ୍ଲିକେଟ୍ ଓ ଡନ୍ ସିନେମା ପରେ ଶାହରୁଖ ତୃତୀୟ ଥର ପାଇଁ ଡବଲ ରୋଲରେ ନଜର ଆସିବେ। ଫିଲ୍ମରେ ଶାହରୁଖ ଉଭୟ ବାପା ଓ ପୁଅ ଭୂମିକା​‌ରେ ଅଭିନୟ କରିବେ। ଫିଲ୍ମରେ ଜେନେରେସନ ଗ୍ୟାପ ପ୍ରସଙ୍ଗ ଉପରେ ଜୋର ଦିଆଯିବ। ତେବେ ଫିଲ୍ମରେ ନିଜ ମେକଅପ ଉପରେ ବିଶେଷ ଗୁରୁତ୍ବ ଦେବେ ଶାହରୁଖ। ବାପା ଚରିତ୍ର ପାଇଁ ପ୍ରୋସ୍ଥେଟିକ୍ ମେକଅପ ବ୍ୟବହାର କରାଯିବ।  ଏହା ଛଡ଼ା ଫିଲ୍ମ ‘ପଠାନରେ’ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ ଓ ଜନ ଆବ୍ରାହମ ମୁଖ୍ୟ ଭୂମିକାରେ ନଜର ଆସିବେ। ଶାହରୁଖ ମୁମ୍ବାଇର ୟଶରାଜ ଫିଲ୍ମ ଷ୍ଟୁଡିଓରେ ‘ପଠାନ’ର ସୁଟିଂ କରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!