48

ବନ୍ଦ ହେଲା ୪ ବରିଷ୍ଠ ଅଧିକାରୀଙ୍କ ଦରମା

ମାଲକାନଗିରି ୨୪।୧୦:  ବନ୍ଦ ହେଲା ୪ ବରିଷ୍ଠ ଅଧିକାରୀଙ୍କ ଦରମା । କାର୍ଯ୍ୟରେ ଅବହେଳା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ଦ ହେଲା ୪ ଜଣ ବରିଷ୍ଠ ଅଧିକାରୀଙ୍କ ଦରମା । ୪ ଜଣ ବିଡିଓଙ୍କ ଦରମା ବନ୍ଦ କରିଛନ୍ତି ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ । ଜିଲ୍ଲାର ସମସ୍ତ ଭୋଟରମାନଙ୍କର ଥିବା ଲୋଜିକାଲ ଏରର ସଂଶୋଧନ, ଡବଲ ଏଣ୍ଟ୍ରି, ଡିଏସଇ ଇତ୍ୟାଦି କାର୍ଯ୍ୟ କରିବାକୁ ପୂର୍ବରୁ ବିଡିଓ ଓ ମ୍ୟୁନିସିପାଲିଟି ଅଫିସରଙ୍କୁ  ନିର୍ଦ୍ଦେଶ ଦିଆଯିବା ସହ ଏହି କାର୍ଯ୍ୟ ସମାପ୍ତ କରିବା ପାଇଁ ସମୟ ମଧ୍ୟ ଧାର୍ଯ୍ୟ କରାଯାଇଥିଲା । ହେଲେ କାର୍ଯ୍ୟରେ ବିଫଳ ହେବା ଯାଗୁଁ ଶନିବାର ମାଲକାନଗିରି, କାଲିମେଳା, ଚିତ୍ରକୋଣ୍ଡା ଓ କୋରକୋଣ୍ଡାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ମାଲକାନଗିରି ମ୍ୟୁନିସିପାଲିଟିର ସହକାରୀ ଅଧିକାରୀଙ୍କ ଚଳିତ ମାସର ଦରମା ବନ୍ଦ କରାଯାଇଛି । ଏହା ସହିତ ଟ୍ରେଜେରୀମାନଙ୍କୁ ମଧ୍ୟ ପରବର୍ତ୍ତି କ୍ଲିୟରାନ୍ସ ମିଳିବା ପର୍ଯ୍ୟନ୍ତ ଚଳିତ ମାସର ଦରମା ନ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଖଇରପୁଟ ବ୍ଲକର ବିଇଓ ଏବଂ ବିଡିଓଙ୍କ ଟିମ୍ ୱର୍କ ହେତୁ ଏଠାକାର ବିଡିଓଙ୍କ କାର୍ଯ୍ୟ ସନ୍ତୋଷଜନକ ଥିବା ଜଣାପଡିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!