54

ପୁଞ୍ଜିଲାଲଙ୍କୁ ଜେଲ୍‌ରେ ମାଡ !

ବଲାଙ୍ଗୀର ,୨୪ /୧୦: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେରାଙ୍କୁ ମାଡ଼ ଅଭିଯୋଗ ହୋଇଛି । ପାଟଣାଗଡ଼ SDJM କୋର୍ଟରେ ମାଡ଼ ନେଇ ତାଙ୍କର ଓକିଲ ଜଣାଇଛନ୍ତି । ଏହାସହ ଚିକିତ୍ସା ବ୍ୟବସ୍ଥା କରିବାକୁ ଓକିଲ କହିଛନ୍ତି ।୨୦୧୮ ମେ’ ୫ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍‍ ମେହେରକୁ ନେଇ କ୍ରାଇମ୍‍ବ୍ରାଞ୍ଚ ପୁଲିସ ରାୟପୁର ଯାଇଥିଲା ।  ପୁଞ୍ଜିଲାଲ୍‍ଙ୍କୁ କ୍ରାଇମ୍‍ ବ୍ରାଞ୍ଚ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରିଥିଲେ ମଧ୍ୟ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିପାରିନଥିଲା। ତେଣୁ ରାୟପୁରରେ ପୁଞ୍ଜିଲାଲ୍‍ କେଉଁଠାରୁ କେଉଁ ରାସ୍ତାରେ କୋରିୟର ସଂସ୍ଥାକୁ ଯାଇଥିଲା ସେ ସମ୍ପର୍କରେ ଡେମୋ ଦେଖାଇବାକୁ ପୁଲିସ କହିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!