103

ବିନା ଭକ୍ତରେ ଚାଲିଛି ଦୁର୍ଗା ପୂଜା

ମାଲକାନଗିରି,୨୪/୧୦(ଭିକି ବାରିକ/ଶ୍ରୀନିବାସ ପଣ୍ଡା): ବିନା ଭକ୍ତରେ ଚାଲିଛି ମା’ଙ୍କ ଆବାହନ । ଚଳିତ ବର୍ଷ କରୋନା ମହାମାରୀ ପାଇଁ ସବୁକିଛିରେ ରୋକ ଲାଗିଛି । ପୂଜାମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ମିଳୁନି ଅନୁମତି । ବିନା ଶ୍ରଦ୍ଧାଳୁରେ ମଣ୍ଡପରେ ମା ଙ୍କ ପୂଜାର୍ଚ୍ଚନା ଚାଲିଛି । ରାଜ୍ୟ ସରକାର ଏବଂ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ ମଣ୍ଡପରେ ପ୍ରତିମାଙ୍କ ଉଚ୍ଚତା ୪ ଫୁଟ ରହିବ । ପୂଜକ ମାନଙ୍କ ସମେତ ୭ଜଣ ବ୍ୟକ୍ତି ମଣ୍ଡପରେ ଉପସ୍ଥିତ ରହିବେ । କୌଣସି ବ୍ୟକ୍ତି ଭିତରେ ପ୍ରବେଶ କରିବେନାହିଁ । ଯାହା ଫଳରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ବିଭିନ୍ନ ପୂଜା ମଣ୍ଡପରେ ହଉନାହିଁ ଶ୍ରଦ୍ଧାଳୁଙ୍କ ସମାଗମ । ଜନଗହଳି ରେ ଭରିଯାଉଥିବା ଏମ ଭି ୭୯ଆଜି କରୋନା ମହାମାରୀ ସକାଶେ ଖାଁ ଖାଁ ପରି ଲାଗୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!