54

୮ ଓ୍ଵିକେଟ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌

ଦୁବାଇ ୨୫/୧୦: କେବଳ ୨ ଓ୍ବିକେଟ୍‌ ବିନିମୟରେ ଲକ୍ଷ୍ୟ ହାସଲ କଲା ଚେନ୍ନାଇ ସୁପର କିଙ୍ଗସ୍‌। ୧୮.୪ ଓଭରରେ ୧୫୦ ରନ୍‌ କରି ବେଙ୍ଗାଲୁରୁକୁ ପରାସ୍ତ କଲା ସିଏସ୍‌କେ। ରୁତୁରାଜ ଗାଇକ୍ବାଡଙ୍କ ଦମଦାର ଅର୍ଦ୍ଧଶତକ ଚେନ୍ନାଇକୁ ଜିତିବାରେ ସହାୟକ ହୋଇଛି।  ୪୬ ରନ୍‌ରେ ପ୍ରଥମ ଓ୍ବିକେଟ ଭାବେ ଡୁପ୍ଳେସିସ୍‌ଙ୍କୁ ହରାଇଥିଲା ସିଏସ୍‌କେ। ୨୫ ରନ୍‌ କରି ପାଭିଲିୟନ୍‌ ଫେରିଯାଇଥିଲେ ଡୁପ୍ଲେସିସ୍‌। ପ​‌ରେ ପରେ ଅମ୍ବାତି ରୟଡୁ ଆଉଟ ହୋଇଥିଲେ। ସେତେବେଳକୁ ଦଳର ସ୍କୋର ଥିଲା ୧୧୩। ରୁତୁରାଜଙ୍କ ଦମଦାର ୬୫ ରନ୍ ଓ ଧୋନୀଙ୍କ ୧୯ ରନ୍ ଦଳକୁ ବିଜୟ ଆଣିଦେଇଛି ।  ଆଜିର ମ୍ୟାଚ୍‌ରେ କ୍ରିସ୍‌ ମୋରିସ ଓ ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଛି ।  ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବେଙ୍ଗାଲୁରୁ ।  ତେବେ ପ୍ରଥମେ ବ୍ୟାଟିଂ କରୁଥିବା ବେଙ୍ଗାଲୁରୁ ୬ ଓ୍ବିକେଟ ବିନିମୟରେ ୨୦ ଓଭରରେ ୧୪୫ ରନ୍‌ କରିଥିଲା । ଚେନ୍ନାଇକୁ୧୪୬ ରନ୍‌ର ଟାର୍ଗେଟ ଦେଇଥିଲା ବେଙ୍ଗାଲୁରୁ। ବେଙ୍ଗାଲୁରୁକୁ ୩୧ ରନ୍‌ରେ ପ୍ରଥମ ଝଟ୍‌କା ଲାଗିଥିଲା। ୧୧ ବଲ୍‌ରେ ୩ ଚୌକା ସହ କେବଳ ୧୫ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ ଆରୋନ ଫିଞ୍ଚ। ୪୬ ରନ୍‌ ବେଳକୁ ଦେବୀଦତ୍ତ ପଡ୍ଡିକଲ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଆରସିବି ଅଧିନାୟକ ବିରାଟ କୋହଲି ଓ ଓ୍ବିକେଟ କିପର ଏବି ଡିଭିଲିୟର୍ସ ଦଳକୁ ଏକ ଭଲ ସ୍କୋର ଦେବାରେ ମୁଖ୍ୟ ଭୂମିକା ନେଇଥିଲେ। ଡିଭିଲିୟର୍ସ ଭଲ ବ୍ୟାଟିଂ କରୁଥିଲେ ହେଁ ୩୯ ରନ୍‌ କରି ଆଉଟ ହୋଇଥିଲେ। ସେତବେଳକୁ ଦଳର ସ୍କୋର ୧୨୮ ହୋଇଥିଲା। ପରେପରେ ମୋଇନ୍‌ ଅଲି ମଧ୍ୟ ଫାଭିଲିୟନ ଫେରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!