ନୂଆଦିଲ୍ଲୀ ,୨୮/୧୦: ବିଶ୍ଵରେ କାରୋନା ର ପ୍ରଭାବ କମିବାର ନା ଧରୁନି । ଏ ନେଇ ସୂଚନା ଦେଉଥିବା ‘ଆରୋଗ୍ୟ ସେତୁ’କୁ ନେଇ ବିବାଦ ଦେଖାଦେଇଛି । ‘ଆରୋଗ୍ୟ ସେତୁ’ କିଏ ତିଆରି କରିଛି ଏନେଇ ମନ୍ତ୍ରାଳୟ ପାଖରେ ଖବର ନାହିଁ ବୋଲି ସୂଚନା ମିଳିଛି । ସରକାରୀ ଓ୍ବେବସାଇଟ୍ ଡିଜାଇନ୍ କରୁଥିବା ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନଆଇସି) ‘ଆରୋଗ୍ୟ ସେତୁ’ ଆପ୍ କିଏ ଓ କେମିତି ତିଆରି କରିଛି ସେନେଇ କୌଣସି ତଥ୍ୟ ଦେଇପାରିନାହିଁ । ତେବେ ଏନେଇ ମୁଖ୍ୟ ସୂଚନା ଆୟୋଗ ଏନଆଇସି ଉପରେ ଖପ୍ପା ଥିବା ଜଣାପଡ଼ିଛି । ତେଣୁ ଏନଆଇସି ଓ ବିଭିନ୍ନ ମୁଖ୍ୟ ସୁଚନା ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ସିଆଇସି । କାରଣ ଦର୍ଶାଅ ନୋଟିସ୍ ଜାରି କରି ମଗାଯାଇଥିବା କୋଭିଡ ୧୯ ଟ୍ରେସିଂ ସମ୍ପର୍କିତ ଆରଟିଆଇର ଉତ୍ତର ଦେବାକୁ କୁହାଯାଇଥିଲା । ତେବେ ଏଯାଁଏ ଏହାର କୌଣସି ଉତ୍ତର ମିଳିପାରିନଥିବ ସିଆଇସି କହିଛନ୍ତି । ତେବେ ଏହି ଆପ୍ ସମ୍ପର୍କରେ ଜାଣିବାକୁ ସୌରଭ ଦାସ ନାମକ ଜଣେ ବ୍ୟକ୍ତି ଏନଆଇସି, ଇ ଗଭର୍ଣ୍ଣାସ୍ ଡିଭିଜନ ଓ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟରେ ଆବେଦନ କରିଥିଲେ । ତେବେ ଏବେ ସୁଦ୍ଧା ତାଙ୍କ ଆବେଦନର ଏନଆଇସି କି ମନ୍ତ୍ରାଳୟ କେହି ଜବାବ ଦେଇନଥିବା ଜଣାପଡ଼ିଛି ।
Daily a new lie.
Aarogya Setu is a powerful companion which protects people. It has a robust data security architecture.
Those who indulged in surveillance all their lives, won’t know how tech can be leveraged for good! https://t.co/t8ThXmddcS— Ravi Shankar Prasad (@rsprasad) May 2, 2020
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |