43

ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ନିଷ୍ପତ୍ତି

ଆବୁଧାବି ,୨୮/୧୦: ଆଜି ଆଇପିଏଲର ୪୮ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞର୍ସ ବେଙ୍ଗାଲୁରୁ । ଏହି ଖେଳରେ ଆହତଜନିତ ସମସ୍ୟା ଯୋଗୁଁ ରୋହିତ ଶର୍ମା ବାଦ୍‌ ପଡିଛନ୍ତି । ତାଙ୍କ ଅନୁପସ୍ଥିତିରେ ଅଧିନାୟକ କିରଣ ପୋଲାର୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆହତ ନବଦୀପ ସାଇନିଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ଦଳରେ ସୁଯୋଗ ଦିଆଯାଇଛି । ମୁମ୍ବାଇ ଓ ବେଙ୍ଗାଲୁରୁ ଉଭୟ ୧୧ଟି ମ୍ୟାଚ୍‌ରୁ ୭ ବିଜୟ ସହ ସମାନ ୧୪ ପଏଣ୍ଟ ପାଇଛନ୍ତି । ଦୁଇ ଦଳ ପାଇଁ ବାକି ୩ଟି ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍‌  ଜିତିବା ଜରୁରୀ । ରୋହିତଙ୍କ ଅନୁପସ୍ଥିତିରେ ମୁମ୍ବାଇକୁ ସୌରଭ ତିଓ୍ଵାରୀ ଓ ଇଶାନ କିଷନଙ୍କ ଉପରେ ଭରସା ରଖିବାକୁ ପଡିବ । ମୁମ୍ବାଇକୁ ଟପିବାକୁ ହେଲେ ବାଙ୍ଗାଲୋରକୁ ଆଜିର ମ୍ୟାଚ୍‌ ଜିତିବାକୁ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!