115

ଶିକୁଳିରେ ବନ୍ଧା ପଦ୍ମାଙ୍କ ଅଭିଶପ୍ତ ଜୀବନ

କଳାହାଣ୍ଡି,୨୮/୧୦ (ସୁରେଶ ଚନ୍ଦ୍ର ସାହୁ):ସତେ ଯେମିତି ଅଭିଶପ୍ତ ପାଲଟିଛି ଜୀବନ । ମାସେ କି ବର୍ଷେ ନୁହେଁ ଦିର୍ଘ ୧୦ ବର୍ଷ ହେଲା ଶିକୁଳି ରେ ବନ୍ଧା ହୋଇ ଜୀବନ ଜିଇଁ ବାକୁ ପଡୁଛି । ଆଉ ଏହି ବେଢି ପକାଇଛନ୍ତି ପରିବାର ଲୋକେ । କଥାରେ ଅଛି ଦଇବ ଦଉଡି ମଣିଷ ଗାଇ ଜେଣିକି ଟାଣିଲେ ତେଣିକି ଯାଇ । ଦୁଃଖ ଦାରିଦ୍ର ଓ ଜନ୍ତ୍ରଣା କୁ ପ୍ରତିଦିନ ସାମ୍ନାକରି ଥକିପଡିଛନ୍ତି ପରିବାର ଲୋକେ । ଏପରି ସ୍ଥିତିରେ ସମାଜ ବି ଭୁଲିଯାଏ ମଣିଷ ଟେ ଅଛି ବୋଲି । ଯାହାକୁ କିଏ ନପଚାରେ ସେ ମାନସୀକ ବିକୃତ ପାଲଟିବା ପାଇଁ ସ୍ବାଭାବିକ ହୋଇଥାଏ । ତେବେ ଏମିତି ଜଣେ ମହିଲା ଅଛନ୍ତି ଯିଏ ୧୦ ବର୍ଷ ହେବ ଗୋଟିଏ କପଡା ରେ ରହି ଖାଇବା ବି ଭୁଲି ଗଲେଣୀ।
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ଜୟନ୍ତପୁର ଗାଁରେ ନିଜ ବାପାଙ୍କ ଘରେ ବାସ କରନ୍ତି ପଦ୍ମା । ବାହା ହୋଇ ସୁନ୍ଦର ସଂସାର ଗଢିବା ସାଙ୍ଗକୁ ହସଖୁସିରେ ପରିବାର ଲୋକଙ୍କ ସହ ଜିବନ ବିତାଉଥିଲେ ପଦ୍ମା । ହେଲେ ଆଜି ପଦ୍ମାକୁ ଦେଖିଲେ ପଥର ଆଖିରେ ବି ଝରିବ ଲୁହ । ସ୍ବାମୀ ତାଙ୍କୁ ଛାଡି ଦେବା ପରେ ମାନସୀକ ସ୍ଥିତି ଠିକ୍ ନରହିବା କାରଣ ରୁ ମାନସୀକ ବିକୃତ ହୋଇ ନିଜ ବାପ ଘରକୁ ଆସି ସେଠାରେ ଜିବନ କାଟୁଛନ୍ତି ପଦ୍ମା । କିନ୍ତୁ ଦଇବ ର କୃତ ଯୋଗୁଁ ବାପ ଘରେ ରହିବା ପରେ ତାଙ୍କ ଜିବନରେ କଳା ବାଦଳ ମାଡି ଆସିଲା ଭଳି ଧିରେ ଧିରେ ମାନସୀକ ଅଶାନ୍ତି ହୋଇ ସେ ପାଗଳି ହୋଇଗଲେ । ପାଖ ପଡୋଶୀ ମୁଠାଏ ଖାଇବାକୁ ଦେଲେ ତାହା ଖାଇ ଗୋଟିଏ କୋଠରୀ ରେ ପଡି ରହିଛନ୍ତି ପଦ୍ମା I ଏନେଇ ସ୍ଥାନୀୟ ପ୍ରଶାସନ କୁ ଜଣାଇଥିଲେ ମଧ୍ଯ ତାଙ୍କ ଦୁଃଖ ବୁଝିବାକୁ କେହି ନାହିଁ I ରାସନ କାର୍ଡ୍ ସହ ପଦ୍ମାଙ୍କ ସମସ୍ତ ସୁବିଧା ଯୋଗାଇବା ପାଇଁ ତାଙ୍କ ପରିବାର ନିବେଦନ କରିଛନ୍ତି ।  ପଦ୍ମାଙ୍କ ଭୋଟର ପରିଚୟ ପତ୍ର କିମ୍ବା କୌଣଷି ଆଧାର ପରିଚୟ ମଧ୍ଯ ହୋଇ ନାହିଁ । ତେବେ କରୋନା ମହାମାରୀ ସମୟରେ ଲକ୍ ଡାଉନ୍ ରହିଥିବା ବେଳେ ତାଙ୍କୁ ପ୍ରଶାସନ ତରଫରୁ ଖାଇବାକୁ ଦିଆ ଯାଇଥିବା କିନ୍ତୁ ଲକ୍ ଡାଉନ୍ କୋହଳ ଦିନୁଠୁ ବର୍ତ୍ତମାନ ସେ ଭୋକ ଉପବାସରେ ଦିନ କାଟୁଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ଙ୍କୁ ପଚାରିବାରୁ ପରିଚୟ ପତ୍ର ହେଲେ ଆମେ ଭତ୍ତା ଯୋଗାଇ ଦେବୁ ବୋଲି କହିଥିବା ବେଳେ ଅନ୍ଯପଟେ ପଦ୍ମାଙ୍କୁ ସମସ୍ତ ପ୍ରକାର ର ସୁବିଧା ସୁଯୋଗ ଦିଆଯିବା ସହ ଚାଉଳ ଓ ଭତ୍ତା ତୁରନ୍ତ ଦଆଯିବ ବୋଲି ଧର୍ମଗଡ ବିଧାୟକ କହିଛନ୍ତି । ତେବେ ପ୍ରଶାସନ କେବେ ପଦ୍ମାଙ୍କୁ ସୁବିଧା ଓ ସହାୟତା ଦେଇ ଏହି ଅଭିସପ୍ତ ଜିବନ ରୁ ମୁକ୍ତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!