ନୂଆଦିଲ୍ଲୀ,୨୯ ।୧୦: ଦେଶର ସମସ୍ତଙ୍କୁ ମିଳିବ କୋରୋନା ପ୍ରତିଷେଧକ ଟିକା । କରୋନା ଭାକ୍ସିନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କରୋନା ଟିକା ନେଇ ସାରା ଦେଶରେ ବିତର୍କ ଜୋରଦାର ହୋଇଛି। । ତେବେ କରୋନା ଟିକା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ଏବଂ କେହି ବାଦ୍ ପଡ଼ିବେ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।ଇଂରାଜୀ ଖବରକାଗଜ ଇକୋନୋମିକ୍ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କରୋନା ମହାମାରୀ ମଧ୍ୟରେ ଭାରତର ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ନିଆଯାଇଥିବା ଦ୍ରୁତ ସଂସ୍କାରମୂଳକ ପଦକ୍ଷେପ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ବିଶ୍ୱର ଅନ୍ୟ ଦେଶମାନେ ବର୍ତ୍ତମାନ ଭାରତର ବଜାର ଶକ୍ତି ଉପରେ ଭରସା କରିବାକୁ ଆରମ୍ଭ କଲେଣି। ଏହା ପୁଞ୍ଜି ବିନିଯୋଗର ସବୁଠାରୁ ପସନ୍ଦଯୋଗ୍ୟ ସ୍ଥାନ ହେବାକୁ ଯାଉଛି।ସେ କହିଛନ୍ତି ଯେ ଠିକ୍ ସମୟରେ ଲକ୍ଡାଉନର ଫଳ ମିଳିଛି। ଅନେକ ଜୀବନ ରକ୍ଷା କରାଯାଇ ପାରିଛି। ପିଏମ ମୋଦୀ କହିଛନ୍ତି ଯେ ଭାରତର ଅର୍ଥନୀତି ପୁଣିଥରେ ଟ୍ରାକ୍କୁ ଫେରିଛି ।୨୦୨୪ ସୁଦ୍ଧା ଆମେ ୫ ଟ୍ରିଲିୟନ ଡଲାରର ଅର୍ଥନୀତିର ଲକ୍ଷ୍ୟ ପୂରଣ କରିବୁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |