510

ମନ୍ଦିର ନିର୍ମାଣ ପାଇଁ ଅଯୋଧ୍ୟାରେ ପହଞ୍ଚିଲା ମୁନିଗୁଡାର ପବିତ୍ର ମାଟି, ଇଟା ଓ ଜଳ

ମୁନିଗୁଡା,୩୦/୧୦(ନନ୍ଦ କିଶୋର ପଟ୍ଟନାୟକ) : ରାୟଗଡା ଜିଲ୍ଲାର ସାଂସ୍କୃତିକ ନଗରୀ ମୁନିଗୁଡାର ଚାରିଜଣ ଶ୍ରୀରାମ ଭକ୍ତ ନିଜ ଅଂଚଳର ପବିତ୍ର ମାଟି,ପବିତ୍ର ବଂଶଧାରା ନଦୀର ଜଳ ଓ ଶ୍ରୀରାମ ଲେଖାଥିବା ଇଟା ନେଇ ପହଞ୍ଚାଇ ଥିଲେ ଅଯୋଧ୍ୟାରେ । ଗତ ୧୨ ଅକ୍ଟୋବରରେ ମୁନିଗୁଡାର ଏହି ଚାରି ଯୁବକ ପି.ରାମବାବୁ,ନନ୍ଦକିଶୋର ଦୁବେ,ରାଜେଶ ବେହେରା ଓ ମନୋରଞ୍ଜନ ପାତ୍ର କୁମୁଡ଼ାବାଲିର ପ୍ରସିଦ୍ଧ ଶୈବପୀଠ ବାଲୁଙ୍କେଶ୍ୱର ମନ୍ଦିର ନିକଟସ୍ଥ ରାୟଗଡ଼ାର ପତିତପାବନି ଗଙ୍ଗା ବୋଲାଉଥିବା ବଂଶଧାରା ନଦୀରୁ ବବିତ୍ର ଜଳ, ମୂର୍ତ୍ତିକା ଓ ଶ୍ରୀରାମ ଲିଖିତ ଇଟା ନେଇ ମହାଦେବଙ୍କ ନିକଟରେ ସଂକଳ୍ପ ପୂଜା କରାଇଥିଲେ।ସେଠାରୁ ଏହି ସବୁ ପବିତ୍ର ସାମଗ୍ରୀକୁ ରାମନାମ ଜପ ସହ ମୁନିଗୁଡାର ଶ୍ରୀରାମ ମନ୍ଦିରକୁ ଅଣାଯାଇ ଅଯୋଧ୍ୟାରେ ନିର୍ମାଣ ହେବାକୁଥିବା ବିଶ୍ବପ୍ରସିଦ୍ଧ ପୁରୁଷୋତ୍ତମ ରାମମନ୍ଦିର ନିର୍ମାଣାର୍ଥେ ଅଭିଷିକ୍ତ କରାଯାଇ ଥିଲା।ପରେ ଏହାକୁ ମନ୍ଦିର ନିର୍ମାଣାର୍ଥେ ପଠାଇବାର ବ୍ୟବସ୍ଥା କରାଯାଇଥିଲା।ମୁନିଗୁଡାର ଏହି ଚାରି ମିତ୍ର ଭଗବାନ ଶ୍ରୀରାମ ମନ୍ଦିର ପବିତ୍ର ସାମଗ୍ରୀକୁ ଅତି ପଵିତ୍ରତାର ସହିତ ନେବାପାଇଁ ସ୍ବ ରୋଜଗାରର ଅର୍ଥରେ ଏକ କାର ଭଡା କରି ଦିଲ୍ଲୀ ପର୍ଯ୍ୟନ୍ତ ଯାଇଥିଲେ।ସେମାନଙ୍କ ମନରେ ଗୋଟିଏ ଚିନ୍ତା ଥିଲା, ପବିତ୍ରତା ମଧ୍ୟରେ ପ୍ରଭୁଙ୍କ ସାମଗ୍ରୀ ରାମ ମନ୍ଦିର ଟ୍ରଷ୍ଟରେ ପହଞ୍ଚାଇବା ସହିତ ମୁନିଗୁଡା ଅଂଚଳର ମନ୍ଦିର ନିର୍ମାଣରେ ସହଭାଗିତାର ସନ୍ଦେଷ ରଖିବା ।ସେଥିପାଇଁ ସେମାନେ କାହାରି ଠାରୁ ଟଙ୍କାଟିଏ ଗ୍ରହଣ କରିନଥିଲେ।ଚାନ୍ଦା ଆଦାୟ କରି ଆଧ୍ୟାତ୍ମିକତା ନାଁରେ ନିଜକୁ ଦେଖେଇ ହେବା କି ଅର୍ଥ ଆତ୍ମସାତ ସେମାନଙ୍କ ଉଦେଶ୍ୟ ନୁହେଁ ବୋଲି ଚାରିମିତ୍ର ପ୍ରକାଶ କରିଥିଲେ।ପ୍ରଭୁ ଶ୍ରୀରାମଙ୍କ ସେତୁବନ୍ଧ ବନ୍ଧିବା ସମୟର ଗୁଣ୍ଡୁଚି ମୁଷାର ସେମାନେ କାର୍ଯ୍ୟ କରୁଛନ୍ତି।ଏହି ଦେବ ନିର୍ମିତ ଦେଶର ଧର୍ମ,ସଂସ୍କୃତି,ସଭ୍ୟତା ଆଉ ସତ୍ୟତାର ରକ୍ଷାପାଇଁ ମହାନ କାର୍ଯ୍ୟ କରିଥିବା ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏହା ସେମାନଙ୍କ ଭକ୍ତିର ଅର୍ଘ୍ୟଥିଲା।ଅଯୋଧ୍ୟାରେ ପହଂଚି ନିଜ ଅଂଚଳର ସହଭାଗିତା ପ୍ରକାଶ କରିବା ସହ ପବିତ୍ର ସାମଗ୍ରୀକୁ ଟ୍ରଷ୍ଟର ପୂଜନୀୟ ମହନ୍ତଙ୍କୁ ହସ୍ତାନ୍ତର କରିଥିଲେ।ମୁନିଗୁଡ଼ାରୁ ଅଯୋଧ୍ୟା ଯାତ୍ରାର ଅଧ୍ୟାତ୍ମିକମୟ ଅନୁଭୂତି ଅବର୍ଣ୍ଣନୀୟ ଥିଲା ବୋଲି ପି.ରାମବାବୁ ଭାବବିହ୍ଵଳ ହୋଇ କହି ଉଠିଥିଲେ।ଅଯୋଧ୍ୟାର ପବିତ୍ର ମାଟିର ସ୍ପର୍ଶରେ ସେମାନେ ଧନ୍ୟ ହୋଇଯିବା ସହ ପ୍ରଭୁ ଶ୍ରୀରାମଙ୍କ ନଗରୀର ପ୍ରତେକ ପବିତ୍ର ପରମ ଧାମକୁ ବୁଲି ଦେଖି ପବିତ୍ର ସରୁଜ ନଦୀରେ ତର୍ପଣ କରିଥିଲେ।ମୁନିଗୁଡାର ଏହି ଚାରି ବନ୍ଧୁଙ୍କ ଶ୍ରୀରାମ ଭକ୍ତି,ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ଓ ମୁନିଗୁଡା ମାଟିପ୍ରତି ଥିବା ଅହେତୁକ ଭଲପାଇବା ସେମାନଙ୍କୁ ଅନ୍ୟ ମାନଙ୍କ ନିକଟରେ ଅନନ୍ୟ କରିଦେଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!