134

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୱାଟର ଏଟିଏମ ପ୍ରସ୍ତୁତି ପାଇଁ ଆଲୋଚନା କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା

ମୁନିଗୁଡା,୩୦/୧୦(ନନ୍ଦ କିଶୋର ପଟ୍ଟନାୟକ) : ରାୟଗଡା ଜିଲ୍ଲା ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୱାଟର ଏଟିଏମ ବ୍ୟବସ୍ଥା କରିବା ପାଇଁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ବିଭାଗକୁ ପରାମର୍ଶ ଦେଇଥିବାସହ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିବା ଜଣାପଡିଛି ।  ରୋଗୀ ମାନଙ୍କ ସହ ସାଧାରଣ ଲୋକ ଯେପରି ସ୍ୱଚ୍ଛ ପାନୀୟଜଳ ସୁଲଭ ମୂଲ୍ୟରେ ପାଇ ପାରିବେ ସେଥିପାଇଁ ୱାଟର ଏଟିଏମ ନିର୍ମାଣ କରୁଥିବା ଟିମ ସହ ଆଲୋଚନା କରିଥିଲେ ।  ସୂଚନା ଯେ ଏହି ବ୍ୟବସ୍ଥା ମାଧ୍ୟମରେ ସମସ୍ତ ବ୍ୟକ୍ତି ଏକ ଟଙ୍କା ବ୍ୟୟରେ ଏକ ଲିଟର ସ୍ୱଚ୍ଛ ପାନୀୟଜଳ ପାଇ ପାରିବେ ।  ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ସାମୁହିକ ସ୍ଥାନରେ ଏହାର ନିତ୍ୟାନ୍ତ ଜରୁରୀ ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଛନ୍ତି ।  ପରେ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ଓ କର୍ମଚାରୀ ମାନଙ୍କ ସମସ୍ୟା ପଚାରି ବୁଝିଥିଲେ ।  କୋଭିଡ ସମୟରେ ପ୍ରଶାସନକୁ ସମସ୍ତ କ୍ଷେତ୍ରରେ ସହଯୋଗ କରିଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ମନ୍ତ୍ରୀ ଧନ୍ୟବାଦ ଦେବା ସହ ପ୍ରଶଂସା ମଧ୍ୟ କରିଥିଲେ ।  ମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ବିଷମକଟକ ବିଡ଼ିଓ ଆଲବୋର୍ଟ ଲାକ୍ରା, ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ପାଣିଗ୍ରାହୀ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଡ଼ି. ଶିବ ପ୍ରସାଦ, ବିଜେଡି ବ୍ଲକ ସଭାପତି ଦେବୀପ୍ରସାଦ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!