ମୁନିଗୁଡା,୩୦/୧୦(ନନ୍ଦ କିଶୋର ପଟ୍ଟନାୟକ) : ଅନୁସୂଚିତ ଜାତି ଜନଜାତି ତଥା ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଝିଗିଡି ଠାରେ ଏବଂ ମୁଣ୍ଡା ଗାଁ ଠାରେ ଦୁଇଟି ସିନ୍ଥେଟିକ ଭଲିବଲ କୋର୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ ପଞ୍ଚାୟତ ବାସୀଙ୍କୁ ମାସ୍କ ବାଣ୍ଟିବା ସହ କୋଭିଡ ନିୟମକୁ ମାନି ଚାଲିବା ଏବଂ ଅବହେଳା ନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଝିଗିଡି ପଞ୍ଚାୟତ ରୁ ସେ ତାଙ୍କ ରାଜନୈତିକ ଜୀବନ ଜଣେ ୱାର୍ଡ ମେମ୍ବର ଭାବରେ ଆରମ୍ଭ କରିଥିଲେ ଏବଂ ନିଜ ଅଞ୍ଚଳବାସୀଙ୍କ ସହଯୋଗ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ଆଶୀର୍ବାଦ ଯୋଗୁଁ ସେ ଆଜି ଅନୁସୂଚିତ ଜାତି ଜନଜାତି ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ହୋଇ ପାରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣେଇବା ସହ ନୂଆ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପୋର୍ଟାଲ ଯାହା ଦ୍ୱାରା ଇଂଟର କାଷ୍ଟ ବିବାହକୁ ପ୍ରୋତ୍ସାହନ ସମ୍ପର୍କରେ ଅଞ୍ଚଳ ବାସୀଙ୍କୁ ଧାରଣା ଦେଇଥିଲେ । ଏଥି ସହ ମନ୍ତ୍ରୀ ଶ୍ରୀ ସାରକା ଝିଗିଡି ଠାରେ ଏକ ମିନି ଷ୍ଟାଡିଅମ ପାଇଁ ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ସୂଚନା ରହିଛି । ଉକ୍ତ କାର୍ଯ୍ୟକ୍ରମ ରେ ବିଷମକଟକ ଗୋଷ୍ଟି ଉନୟନ ଅଧିକାରୀ ଆଲବର୍ଟ ଲାକ୍ରା, ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ପାଣିଗ୍ରାହୀ, ଝିଗିଡି ସରପଞ୍ଚ ମୋହିନୀ ଶବର, ପଂଚାୟତ ସମିତି ସଭ୍ୟ ଲାଲୁ ଖୁଣ୍ଟିଆ, ରାଜ୍ୟ ବିଯେଡି ସମ୍ପାଦକ ଜ୍ୟୋତି ପ୍ରସାଦ ସାହୁ, ଜିଲ୍ଲା ବିଯେଡି ସାଧାରଣ ସମ୍ପାଦକ ଡି ଶିବ ପ୍ରସାଦ, ବିଷମକଟକ ବ୍ଲକ ବିଯେଡି ସଭାପତି ଦେବୀ ପ୍ରସାଦ ପଟନାୟକ, ଉପସ୍ଥିତ ରହି ଝିଗିଡି ଗ୍ରାମ ତଥା ମୁଣ୍ଡା ଗ୍ରାମର ଜନ ସାଧାରଣଙ୍କୁ ମାସ୍କ ବଣ୍ଟନ କରିଥିଲେ ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |