42

ବାଣ କାରଖାନାରେ ନିଆଁ ; ୬ ଆହତ

ନୂଆଦିଲ୍ଲୀ ୩୦/୧୦: ଉତ୍ତର ପ୍ରଦେଶର ସହରାନପୁର ଜିଲ୍ଲାରେ ଆଜି  ସକାଳେ ଏକ ବାଣ କାରଖାନାରେ ନିଆଁ ଲାଗିଛି।  ଏହି ଘଟଣାରେ ଛଅ ଜଣ ଆହତ ହୋଇଛନ୍ତି। ଏହା ସହ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ହସପିଟାଲରେ ଭର୍ତି କରିଛି। ଆହତଙ୍କୁ ଦେଖିବା ପାଇଁ ଜିଲ୍ଲା ଅଧିକାରୀ ଅଖିଳେଶ ସିଂହ ଓ ଏସଏସପି ଡାକ୍ତର ଏସ ଚନ୍ନପା ମଧ୍ୟ ଜିଲ୍ଳା ହସପିଟାଲାରେ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛି । ତେବେ ଏବେ ସୁଦ୍ଧା ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!